ବାହାଦୁରି ଦେଖାଇ କାଚଗ୍ଲାସରେ ଫୁଟାଇଲେ ବାଣ, ଚାଲିଗଲା ପଥଚାରୀଙ୍କ ଜୀବନ

Advertisment
ବାହାଦୁରି ଦେଖାଇ କାଚଗ୍ଲାସରେ ଫୁଟାଇଲେ ବାଣ, ଚାଲିଗଲା ପଥଚାରୀଙ୍କ ଜୀବନ

ଲଖନଉ: ଆଲୋକର ପର୍ବ ଦୀପାବଳିରେ ଲୋକମାନେ ବାଣ ଫୁଟାଇଥାନ୍ତି | ତେବେ କିଛି ଯୁବକ ଭିନ୍ନ ଭିନ୍ନ ଢଙ୍ଗରେ ବାଣ ଫୁଟାଇଥାନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥାଏ | ଉତ୍ତରପ୍ରଦେଶର ଵଦାଉଁରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କୌଣସି ଭୁଲ ନଥାଇ ବି ଅନ୍ୟ ଜଣେ ଯୁବକଙ୍କ କାରନାମା ଯୋଗୁଁ ତାଙ୍କର ଜୀବନ ଚାଲିଯାଇଛି | ବାସ୍ତବରେ, ଉତ୍ତରପ୍ରଦେଶର ଵଦାଉଁର ଜରିଫନଗର ଅଞ୍ଚଳର ଏକ ଗାଁରେ ଜଣେ ଯୁବକ ଏକ ଗ୍ଲାସରେ ବାଣ ରଖି ଫୁଟାଇଥିଲେ | ଆଉ ବାଣ ଫୁଟିବା ପରେ କାଚ ଗ୍ଲାସ ଭାଙ୍ଗିଯାଇଥିଲା ଏବଂ ଏକ କାଚ ଖଣ୍ଡ ଜଣେ ପଥଚାରୀଙ୍କ ବେକରେ ପଶିଯାଇଥିଲା | ଏହାପରେ ଯାତ୍ରୀଜଣକ ଗୁରୁତର ଆହତ ହୋଇଥିଲେ। ଆଉ ତାଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁଯାୟୀ, ଏହି ମାମଲା ଵଦାଉଁ ଜିଲ୍ଲାର ମୋରୁବାଲା ଗାଁରେ ଘଟିଛି | ଗତକାଲି ରାତିରେ ଏହି ଗାଁର ଧିରେନ୍ଦ୍ର ନାମକ ଯୁବକ କାଚ ଗ୍ଲାସରେ ବାଣ ରଖି ନିଆଁ ଲଗାଇଥିଲେ | ଆଉ ବାଣ ଫୁଟିବା ପରେ ଗ୍ଲାସ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ୩୮ ବର୍ଷୀୟ ଛତ୍ରପାଲଙ୍କ ବେକରେ ଏକ କାଚ ଖଣ୍ଡ ପଶିଯାଇଥିଲା | କାଚଖଣ୍ଡ ଗଳାରେ ପଶିଯିବା ମାତ୍ରେ ଛତ୍ରପାଲଙ୍କ ଗଳାରୁ ରକ୍ତ ବାହାରିଥିଲା ଓ ସେ ତଳେ ପଡ଼ିଯାଇଥିଲେ। ଏହା ଦେଖି ଅଭିଯୁକ୍ତ ଧିରେନ୍ଦ୍ର ଘଟଣାସ୍ଥଳରୁ ପଳାଇ ଯାଇଥିଲା ।

ଏହି ସୂଚନା ପାଇବା ପରେ ଛତ୍ରପାଲଙ୍କ ପରିବାର ସଦସ୍ୟ ସେଠାରେ ପହଞ୍ଚି ଛତ୍ରପାଲଙ୍କୁ ଗୁରୁତର ଅବସ୍ଥାରେ କମ୍ୟୁନିଟି ହେଲଥ ସେଣ୍ଟରକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ଆହତଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଆଲିଗଡ ମେଡିକାଲ କଲେଜକୁ ପଠାଇଥିଲେ। ତେବେ ଗୁରୁତର ଆହତ ହୋଇଥିବା ଛତ୍ରପାଲଙ୍କୁ ଆଲିଗଡ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe