‘ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ’: ଜି୭ ସମ୍ମିଳନୀରେ ମହାମାରୀ ସଂଗ୍ରାମରେ ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
୬ ରାଜ୍ୟର କରୋନା ସ୍ଥିତି ସମୀକ୍ଷା ‌କଲେ ପ୍ରଧାନମନ୍ତ୍ରୀ: ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌-ଭାକ୍ସିନେଟ୍‌କୁ ଗୁରୁତ୍ବ ଦିଅ

Image Courtesy of India Today

ନୂଆଦିଲ୍ଲୀ: ଶନିବାର ଦିନ ‘ଭର୍ଚ୍ୟୁଆଲ୍‌ ମୋଡ୍‌’ରେ ଆୟୋଜିତ ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍ ମହାମାରୀ ଦମନ ଲାଗି ବିଶ୍ବର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ଏଥିପାଇଁ ‘ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ’ ଭିତ୍ତିକ ଉଦ୍ୟମ ଲୋଡ଼ା ବୋଲି କହିବା ସହ ମହାମାରୀ ସଂଗ୍ରାମରେ ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏ ସଂକ୍ରାନ୍ତ ବିବୃତିରେ ଉଲ୍ଲେଖ ଅଛି ଯେ, ଭାରତରେ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ସମୟରେ ସହାୟତା ପ୍ରଦାନ କରିଥିବା ଜି୭ ସଦସ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ‘ଭର୍ଚ୍ୟୁଆଲ୍‌ ମୋଡ୍‌’ରେ ଆୟୋଜିତ ପ୍ରଥମ ‘ଆଉଟ୍‌ରିଚ୍‌’ ଜି୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଭାରତ ଭଳି ଦେଶମାନଙ୍କରେ ଟିକା ଉତ୍ପାଦନ ବୃଦ୍ଧିରେ ସହଯୋଗ କରିବା ପାଇଁ କଞ୍ଚାମାଲ୍‌ ଓ ଉପକରଣ ଯୋଗାଣ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଦେଇଥିବା ଆହ୍ବାନକୁ ବ୍ୟାପକ ସମର୍ଥନ ମିଳିଥିବା କଥା ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

publive-image Image Courtesy of NDTV

‘ବିଲ୍‌ଡିଙ୍ଗ୍‌ ବ୍ୟାକ୍‌ ଷ୍ଟ୍ରଙ୍ଗର୍‌- ହେଲ୍‌ଥ୍‌’ ବା ‘ମହାମାରୀତ୍ତୋର ସୁଦୃଢ଼ ସ୍ବାସ୍ଥ୍ୟ ବ୍ୟବସ୍ଥା’ ଶୀର୍ଷକ ଏହି ଅଧିବେଶନରେ ବୈଶ୍ବିକ ସ୍ବାସ୍ଥ୍ୟ ସୁଧାର ଏବଂ ଭବିଷ୍ୟତର ମହାମାରୀ ମୁକାବିଲା ସାମର୍ଥ୍ୟ ସୁଦୃଢ଼ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା।

ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ‘କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌’ ଓ ଟିକାକରଣ ପରିଚାଳନା ପାଇଁ ଭାରତର ଉନ୍ମୁକ୍ତ ଡିଜିଟାଲ୍‌ ଉପକରଣ ଉତ୍ସର ସଫଳ ଉପଯୋଗ ପ୍ରସଙ୍ଗ ବୁଝାଇବା ସହ ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଭାରତ ତା’ର ଅଭିଜ୍ଞତା ଏବଂ ପାରଦର୍ଶିତା ବାଣ୍ଟିବାକୁ ଆଗ୍ରହୀ ବୋଲି ଜଣାଇଥିଲେ।

ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ, କୋଭିଡ୍‌-୧୯ ସଂଗ୍ରାମରେ ଏହା ହେଉଛି ସରକାର, ଶିଳ୍ପ ଏବଂ ସାଧାରଣ ସମାଜର ସମନ୍ବିତ ଉଦ୍ୟମ।

ଆଜି ଜି୭ ଶିଖର ସମ୍ମିଳନୀର ଚୂଡ଼ାନ୍ତ ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଟି ଅଧିବେଶନରେ ଅଭିଭାଷଣ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe