ଗୋଟିଏ ପରେ ଗୋଟିଏ ବିଫଳତା: ଉତ୍‌କ୍ଷେପଣ ପରେ ପରେ ଦ୍ବିତୀୟ ସ୍ପେସ୍ଏକ୍ସ ଷ୍ଟାର୍‌ସିପ୍ ବିସ୍ଫୋରିତ

Advertisment

ଗତକାଲି ଟେକ୍ସାସରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦ୍ୱିତୀୟ ସ୍ପେସ୍ଏକ୍ସ ଷ୍ଟାର୍‌ସିପ୍ ମହାକାଶଯାନ ବିସ୍ଫୋରିତ ହେବା ପରେ ମଙ୍ଗଳ ଅଭିଯାନ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଏଲନ୍ ମସ୍କଙ୍କ ମଙ୍ଗଳ ରକେଟ୍ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ଏହା କ୍ରମାଗତ ଦ୍ବିତୀୟ ବିଫଳତା।

gdgjgjd

ଟେକ୍ସାସ: ଗତକାଲି ଟେକ୍ସାସରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦ୍ୱିତୀୟ ସ୍ପେସ୍ଏକ୍ସ ଷ୍ଟାର୍‌ସିପ୍ ମହାକାଶଯାନ ବିସ୍ଫୋରିତ ହେବା ପରେ ମଙ୍ଗଳ ଅଭିଯାନ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଏଲନ୍ ମସ୍କଙ୍କ ମଙ୍ଗଳ ରକେଟ୍ କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ଏହା କ୍ରମାଗତ ଦ୍ବିତୀୟ ବିଫଳତା। ମହାକାଶରେ ଷ୍ଟାର୍‌ସିପ୍‌ର ବିସ୍ଫୋରଣ ପରେ ଫ୍ଲୋରିଡା ଓ ବାହାମାସ ନିକଟ ଆକାଶରେ  ଏହାର ଜଳନ୍ତା ଖଣ୍ଡଗୁଡ଼ିକ ସୋସିଆଲ ମିଡିଆ ଭିଡିଓରେ ଦେଖିବାକୁ ମିଳିଛି। ସ୍ପେସ୍ଏକ୍ସର ସପ୍ତମ ଷ୍ଟାର୍‌ସିପ୍ ଉଡ଼ାଣ ମଧ୍ୟ ଏକ ଭୟଙ୍କର ବିସ୍ଫୋରଣରେ ଶେଷ ହେବାର ମାତ୍ର ଏକ ମାସ ପରେ ଏହି ବିଫଳତା ଘଟିଛି। ଅତୀତରେ ସ୍ପେସ୍ ଏକ୍ସ ସଫଳତାର ସହ ନେଭିଗେଟ୍ କରିଥିବା ପ୍ରାରମ୍ଭିକ ଅଭିଯାନ ପର୍ଯ୍ୟାୟକୁ ଏବେ ବଡ଼ ଝଟ୍‌କା ଲାଗିଛି।  

କ୍ରମାଗତ ବିପର୍ଯ୍ୟୟକୁ ରୋକିବା ପାଇଁ ଏଲନ୍ ମସ୍କ୍ ଆହ୍ବାନ ଦେଇଛନ୍ତି। ଏଫଏଏ(ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍) କହିଛି ଯେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଷ୍ଟାର୍‌ସିପ୍‌କୁ ପୁନର୍ବାର ଉଡ଼ାଣ ପାଇଁ ଅନୁମତି ଦେବା ପୂର୍ବରୁ  ଦୁର୍ଘଟଣାର କାରଣ ବିଶ୍ଳେଷଣ କରିବାକୁ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe