ମଧ୍ୟପ୍ରଦେଶ: ଗୋଟିଏ ପରିବାରର ୧୧ ଜଣ କରୋନା ସଂକ୍ରମିତ

୧୫୦୦ ଲୋକଙ୍କ ପାଇଁ ଭୋଜି କରିଥିଲେ

ମନର ଦୀପ ଜଳାଇବା

The New Dawn Liberia

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଗୋଟିଏ ପରିବାରର ୧୧ ଜଣ କ‌ରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି ପରିବାର ପକ୍ଷରୁ ଏକ ଭୋଜିର ଆୟୋଜନ କରାଯାଇଥିଲା ଏବଂ ଏଥିରେ ୧୫୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଭାଇରସ୍‌ ସଂକ୍ରମିତ ହୋଇପାରନ୍ତି ବୋଲି କୁହାଯାଉଛି। ଏହାଦ୍ବାରା ପ୍ରଶାସନର ଚିନ୍ତା ବଢ଼ିଛି। ସମ୍ପୃକ୍ତ ପରିବାରj ଏକ ଡାଏରି ସିଜ୍‌ କରାଯାଇଛି। ଭୋଜିକୁ ନିମନ୍ତ୍ରିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ନାମ ଏଥିରେ ‌ଲେଖା ଅଛି। ସମସ୍ତଙ୍କୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଛି।। ମାର୍ଚ୍ଚ ୨୦ ତାରିଖର ଏହି ଘଟଣା। ଏହି ପରିବାରର ଜଣେ ବ୍ୟକ୍ତି ପ୍ରଥମେ ଗୁରୁବାର ଭାଇରସ୍‌ ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ନିକଟରେ ଦୁବାଇରୁ ଫେରିଥିଲେ। ମା'ଙ୍କ ମୃତ୍ୟୁପ‌‌ରେ ସେ ଦୁବାଇରୁ ଫେରିଥିଲେ। ତେବେ ଶୁକ୍ରବାର ପରିବାରର ଅନ୍ୟ ୧୦ ଜଣ ସଦସ୍ୟ ଭାଇରସ୍‌ ସଂକ୍ରମିତ ହୋଇଥିଲେ। ପରେ ଜାଣିବାକୁ ମିଳିଲା ଯେ, ଉକ୍ତ ବ୍ୟକ୍ତିଙ୍କ ମା'ଙ୍କ ଏକାଦଶାହ ଭୋଜିରେ ୧୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe