One family, one entrepreneur scheme: Woman turns driver Photograph: (sambad.in)
ଅମରାବତୀ:ଏକ ଇଲେକ୍ଟ୍ରିକ୍ ସ୍କୁଟର,ଏକ ସ୍ମାର୍ଟଫୋନ୍ ଏବଂ ଏକ ଅଟଳ ମନୋବଳ ସହିତ,ଆନ୍ଧ୍ରପ୍ରଦେଶର ମହିଳାମାନେ ସେମାନଙ୍କ ପରିବାରକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇ ଯାଉଛନ୍ତି। ବିଜୟୱାଡା,ବିଶାଖାପଟ୍ଟନମ୍ ଏବଂ ନେଲୋର ଭଳି ସହରଗୁଡ଼ିକର ରାସ୍ତାରେ ଏକ ନୀରବ ବିପ୍ଳବ ଘଟିଛି। ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନେ କ୍ଷୁଦ୍ର-ଉଦ୍ୟୋଗୀ ହୋଇ ପାରିଛନ୍ତି। ରାପିଡୋ ଦ୍ବାରା ଯାତ୍ରୀମାନଙ୍କୁ ନେବା ଆଣିବା କରୁଛନ୍ତି ଏବଂ ନିଜ ଘର ପାଇଁ ସ୍ଥିର ଆୟର ସ୍ରୋତ ଆଣି ପାରିଛନ୍ତି।
ସରକାର-ସମର୍ଥିତ ଏକ ପଦକ୍ଷେପ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ୧,୦୦୦ରୁ ଅଧିକ ମହିଳା ଡ୍ରାଇଭିଂ ସିଟ୍ରେ ବସି ପାରିଛନ୍ତି। ଏହା ସବସିଡି,ବ୍ୟାଙ୍କ ଋଣ ଏବଂ ରାପିଡୋ ସହିତ ସହଭାଗୀତାରେ କ୍ଷୁଦ୍ର-ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରୁଛି। ଏହି ପଦକ୍ଷେପ ପୌର କ୍ଷେତ୍ରରେ ଦାରିଦ୍ର୍ୟ ଦୂରୀକରଣ ମିଶନ (ଏମଇପିଏମଏ) ଅନ୍ତର୍ଗତ ଆରମ୍ଭ କରାଯାଇଥିଲା। ପାଇଲଟ୍ ପର୍ଯ୍ୟାୟରେ, ୧,୦୦୦ ଜଣ ମହିଳା ବୈଦ୍ୟୁତିକ ଦୁଇ ଏବଂ ତିନି ଚକିଆ ଯାନ କିଣିବା ପାଇଁ ଋଣ ପାଇଥିଲେ।
୬୮୮ ଜଣ ମହିଳା ରାପିଡୋ ଡ୍ରାଇଭର ଭାବରେ ବିଜୟୱାଡା ,ବିଶାଖାପାଟନମ୍ ଏବଂ ନେଲୋର ସମେତ ନଅଟି ସହରାଞ୍ଚଳରେ ପଞ୍ଜିକୃତ ହୋଇଥିଲେ। ମହିଳା ମାନଙ୍କର ପ୍ରବେଶକୁ ସହଜ କରିବା ପାଇଁ,ରାପିଡୋ ପ୍ରାରମ୍ଭିକ ମାସ ପାଇଁ ଅନବୋର୍ଡିଂ ଫି ଛାଡ଼ କରିଥିଲା ​​ଏବଂ ଇଏମଆଇ ସହାୟତା ପ୍ରଦାନ କରିଥିଲା। ସ୍କୁଟର ପାଇଁ ୧୨,୩୦୦ ଟଙ୍କା ଏବଂ ଅଟୋ ପାଇଁ ୩୬,୦୦୦ ପର୍ଯ୍ୟନ୍ତ ସବସିଡି ମହିଳାଙ୍କର ଆର୍ଥିକ ବୋଝକୁ ଆହୁରି ହ୍ରାସ କରିଥିଲା। ଏହି ପଦକ୍ଷେପ ଏବେ ସକାରାତ୍ମକ ଫଳାଫଳ ଦେଖାଇବା ଆରମ୍ଭ କରିଛି।
ମହିଳା ଡ୍ରାଇଭରମାନେ ମେ’ ଏବଂ ଜୁଲାଇ ମଧ୍ୟରେ ସାମୂହିକ ଭାବରେ ୪୫,୦୦୦ରୁ ଅଧିକ ଯାତ୍ରା ସମାପ୍ତ କରି ପ୍ରାୟ ୩୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଅନେକଙ୍କ ପାଇଁ, ଏହି କାର୍ଯ୍ୟକ୍ରମ ଆର୍ଥିକ ସ୍ଥିରତା ଏବଂ ସ୍ୱାଧୀନତା ଆଣି ଦେଇଛି। ଆସନ୍ତା ବର୍ଷ ସୁଦ୍ଧା ୪,୮୦୦ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ଯୋଜନା ସହିତ ରାଜ୍ୟ ସରକାର ଏହି ପାଇଲଟ୍ ପ୍ରୋଜେକ୍ଟକୁ ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ଏକ ବ୍ୟାପକ ମଡେଲରେ ପରିଣତ କରିବାକୁ ଆଶା କରୁଛନ୍ତି।
ମହିଳାଙ୍କ ଏହି ସଫଳତା ନେଇ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ନାରା ଲୋକେଶ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ସେମାନେ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ, ଏବଂ ଆଜି ସେମାନେ ସେହି ଆଡ଼କୁ ଯାତ୍ରା କରୁଛନ୍ତି। ଆମର ସ୍ତ୍ରୀ ଶକ୍ତି ମାଗଣା ବସ୍ ଯାତ୍ରା ଯୋଜନାର ମହାନ ସଫଳତା ପରେ , ଆମେ ଏହା ଘୋଷଣା କରି ଖୁସି ଅନୁଭବ କରୁଛୁ ଯେ, ରାପିଡୋ ବାଇକ୍ ଆପ୍ରେ ୧୦୦୦ରୁ ଅଧିକ ମହିଳା ଡ୍ରାଇଭର ସିଟ୍ ନେଇଛନ୍ତି। ଇଭି କ୍ରୟ ପାଇଁ ବାଇକ୍ ଋଣ ସହିତ ଯାତ୍ରୀ ଭଡ଼ାରୁ ମହିଳାମାନେ ଗର୍ବ ଏବଂ ନିଜ ନିଜ ଉଦ୍ଦେଶ୍ୟ ସାଧନ ସହିତ ରୋଜଗାର କରୁଛନ୍ତି। ଗତିଶୀଳତା କେବଳ ଯାତ୍ରା ନୁହେଁ। ଏହା ଏକ ସୁଯୋଗ, ମର୍ଯ୍ୟାଦା ଏବଂ ଆଶା ମଧ୍ୟ।
MEPMA
Follow Us