ଝାଡ଼ଖଣ୍ଡର ଡୁମ୍‌କାରେ ଏନ୍‌କାଉଣ୍ଟର: ଜଣେ ଯବାନ ସହିଦ; ଚାରି/ପାଞ୍ଚଜଣ ନକ୍ସଲ୍‌ ଆହତ

ଝାଡ଼ଖଣ୍ଡର ଡୁମ୍‌କାରେ ଏନ୍‌କାଉଣ୍ଟର: ଜଣେ ଯବାନ ସହିଦ; ଚାରି/ପାଞ୍ଚଜଣ ନକ୍ସଲ୍‌ ଆହତ

Image Source: Zee News

ନୂଆଦିଲ୍ଲୀ: ରବିବାର ଦିନ ଝାଡ଼ଖଣ୍ଡର ଡୁମ୍‌କା ଜିଲ୍ଲାରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଅନ୍ୟୂନ ଜଣେ ନିରାପତ୍ତା କର୍ମଚାରୀ ସହିଦ ହୋଇଛନ୍ତି ଓ ଅନ୍ୟ ୪ ଜଣ ଯବାନ୍‌ ଆହତ ହୋଇଛନ୍ତି। ଡୁମ୍‌କା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଓ୍ଵାଇ ଏସ୍‌ ରମେଶ କହିଛନ୍ତି କି, ଗୁଳିବିନିମୟ ଘଟଣାରେ ଚାରି ପାଞ୍ଚ ଜଣ ନକ୍ସଲ୍‌ ମଧ୍ୟ ଆହତ ହୋଇଛନ୍ତି।

ଚିକିତ୍ସା ନିମନ୍ତେ ଆହତ ଯବାନ୍‌ମାନଙ୍କୁ ହେଲିକପ୍ଟର୍‌ ଯୋଗେ ରାଞ୍ଚି ନିଆଯାଇଛି। ରାଣେଶ୍ୱର ଥାନା ଅନ୍ତର୍ଗତ କଥାଲିଆ ଗାଁ ନିକଟରେ ଏନ୍‌କାଉଣ୍ଟର୍‌ ସଙ୍ଗଠିତ ହୋଇଛି। ଗୁଳି ଚୋଟ ଖାଇ ଆହତ ହୋଇଥିବା ଏସ୍‌ଏସ୍‌ଏସ୍‌ ଯବାନ ନୀରଜ ଛତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଡୁମ୍‌କା ଏସ୍‌ପି କହିଛନ୍ତି ଯେ ପୁଲିସ ଶିକାରିପଦା ଓ ରାଣେଶ୍ୱର ଥାନା ଅନ୍ତର୍ଗତ ବଣରେ ୧୫ରୁ ୨୦ ଜଣ ନକ୍ସଲପନ୍ଥୀ ଛପିଥିବା ଖବର ପାଇଥିଲା। ଏଏସ୍‌ବି ଏବଂ ପୁଲିସ କର୍ମଚାରୀଙ୍କ ଦଳ ବଣରେ ପହଞ୍ଚିବା ପରେ ନକ୍ସଲ୍‌ମାନେ ତାଙ୍କ ଆଡ଼କୁ ଗୁଳି ଚଳାଇଥିଲେ। ଫଳରେ ଆତ୍ମରକ୍ଷା ନିମନ୍ତେ ନିରାପତ୍ତା କର୍ମଚାରୀମାନେ ପାଲଟା ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe