ଜମ୍ମୁ ଓ କଶ୍ମୀରର ବାରମୂଳାରେ ଏନ୍‌କାଉଣ୍ଟର୍‌: ଜଣେ ଯବାନ ସହିଦ, ଦୁଇଜଣ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଓ କଶ୍ମୀରର ବାରମୂଳାରେ ଏନ୍‌କାଉଣ୍ଟର୍‌: ଜଣେ ଯବାନ ସହିଦ, ଦୁଇଜଣ ଆତଙ୍କବାଦୀ ନିହତ

Image Courtesy of Zee News

ଶ୍ରୀନଗର: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ପୁଲିସର ମିଳିତ ଅଭିଯାନରେ ବାରମୂଳା ଜିଲ୍ଲାର କ୍ରୀରି ଅଞ୍ଚଳରେ ମଙ୍ଗଳବାର ସକାଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ସେନାବାହିନୀର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆଜି ସହିଦ ହୋଇଥିବା ଯବାନଙ୍କୁ ମିଶାଇ ଗତକାଲି ଠାରୁ ଏହି ଅଭିଯାନରେ ସମୁଦାୟ ସହିଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସୋମବାର ଦିନ ଆରମ୍ଭ ହୋଇଥିବା ଏହି ତଲାସ ଅଭିଯାନ ରାତିରେ ସ୍ଥଗିତ ରଖାଯାଇଥିଲା। ଆଜି ସକାଳୁ ତାହା ଆରମ୍ଭ ହେବା ପରେ ଉତ୍ତର କଶ୍ମୀରର ବାରମୂଳା ଅନ୍ତର୍ଗତ କ୍ରୀରି ଗାଁ’ରେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା।

publive-image Image Courtesy of Zee News

ଗତକାଲି ଏହି ଅଭିଯାନରେ ଦୁଇଜଣ ‘ସିଆର୍‌ପିଏଫ୍‌’ ଯବାନ ଓ ଜମ୍ମୁ ଓ କଶ୍ମୀର ପୁଲିସର ଜଣେ ‘ଏସ୍‌ପିଓ’ ସହିଦ ‌ହୋଇଥିଲେ। କେତେକ ଅଜ୍ଞାତ ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ସହିଦ ହୋଇଥିବା ଦୁଇ ‘ସିଆର୍‌ପିଏଫ୍‌’ ଯବାନଙ୍କ ଶବାଧାରରେ ବଡ଼ଗାମ ଠାରେ ଆଜି ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେମାନେ ହେଉଛନ୍ତି ବିହାରବାସୀ ଡ୍ରାଇଭର୍ ଖୁର୍ଶିଦ ଏବଂ କନେଷ୍ଟବଳ ଲବକୁଶ। ଏହି କାର୍ଯ୍ୟକ୍ରମରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe