ଭାରତରେ ଏକ ଭାଷା, ଏକ ସଂସ୍କୃତି ସମ୍ଭବ ନୁହେଁ: ଏମ୍‌.କେ. ଷ୍ଟାଲିନ୍‌

ଭାରତରେ ଏକ ଭାଷା, ଏକ ସଂସ୍କୃତି ସମ୍ଭବ ନୁହେଁ: ଏମ୍‌.କେ. ଷ୍ଟାଲିନ୍‌

Image Courtesy of India Today

ଚେନ୍ନାଇ: ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ଏକ ସଂସ୍କୃତି ଲାଗୁ କରିବା ଅସମ୍ଭବ ବୋଲି ଶନିବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍‌ କହିଛନ୍ତି।

‘ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌’ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍‌ କହିଛନ୍ତି, ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ସଂସ୍କୃତି ସମ୍ଭବପର ନୁହେଁ। ଏକ ଭାଷା ଓ ଏକ ଧର୍ମକୁ ପ୍ରୋତ୍ସାହିତ କରୁଥିବା ଲୋକେ ଆମର ଏକତା ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ତେଣୁ, ସେମାନେ ଭାରତ ଓ ଭାରତୀୟମାନଙ୍କର ଶତ୍ରୁ। ଏଭଳି ଦୁଷ୍ଟ ଶକ୍ତିମାନଙ୍କର ଏଠାରେ ସ୍ଥାନ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ସଙ୍ଘୀୟ ବ୍ୟବସ୍ଥା ହେଉଛି ଏ ଦେଶର ମୂଳଦୁଆ। ଭାରତ ତିଷ୍ଠି ରହିବାକୁ ହେଲେ ବଳିଷ୍ଠ ସ୍ବୟଂଶାସିତ ରାଜ୍ୟ ଆବଶ୍ୟକ।

publive-image Image Courtesy of India Today

କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ଙ୍କୁ ପ୍ରଶଂସା କରି ଷ୍ଟାଲିନ୍‌ କହିଲେ, ତାମିଲନାଡୁରେ ତାଙ୍କ ଦଳ ‘ଡିଏମ୍‌କେ’ ଏବଂ ‘ସିପିଆଇ(ଏମ୍‌)’ ମଧ୍ୟରେ ହୋଇଥିବା ମେଣ୍ଟ୍‌ ଖାଲି ନିର୍ବାଚନୀ ବନ୍ଧନ ନୁହେଁ, ‘ଆଦର୍ଶଭିତ୍ତିକ’।

ସ୍ମରଣଯୋଗ୍ୟ, ‘ଏକ ଦେଶ, ଏକ ଭାଷା’ କ୍ରମରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ କରି ନିକଟ ଅତୀତରେ ତାମିଲନାଡୁ ଓ କରେଳରେ ପ୍ରତିବାଦ ଚାଲିଥିଲା।

ତେଣୁ, ଷ୍ଟାଲିନ୍‌ କହିଛନ୍ତି, ଭାରତ ହେଉଛି ବିଭିନ୍ନ ଭାଷା କୁହାଯାଉଥିବା ଗୋଟାଏ ଦେଶ।

ସାମ୍ବାଦିକମାନଙ୍କର ଗିରଫଦାରୀକୁ ଷ୍ଟାଲିନ୍‌ ସ୍ବେଚ୍ଛାଚାରୀ ଆଚରଣ ବୋଲି ଅଭିହିତ କରି କହିଛନ୍ତି, କେନ୍ଦ୍ରୀୟ ଏଜେନ୍‌ସିମାନେ ବିରୋଧୀ ନେତାଙ୍କୁ ‘ଟାର୍ଗେଟ୍‌’ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe