‘ଏକ ଦେଶ ଏକ ରେସନ କାର୍ଡ’ ପ୍ରଚଳନ କରିବେ କେନ୍ଦ୍ର ସରକାର , ଏଥିରେ ମିଳିବ ଏସବୁ ସୁବିଧା

Advertisment
‘ଏକ ଦେଶ ଏକ ରେସନ କାର୍ଡ’ ପ୍ରଚଳନ କରିବେ କେନ୍ଦ୍ର ସରକାର , ଏଥିରେ ମିଳିବ ଏସବୁ ସୁବିଧା

photo-aajtak

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ଦେଶ ଏକ ରେସନ କାର୍ଡ’ ପ୍ରଚଳନ କରିବାର ନିଷ୍ପତ୍ତି ନେଛନ୍ତି । ଏହା ଫଳରେ ହିତାଧିକାରୀ ଦେଶରେ ଯେକୌଣସି ସ୍ଥାନରେ ରେସନ୍ ଦୋକାନରୁ ନିଜ ଭାଗରେ ଥିବା ସାମଗ୍ରୀ ପାଇପାରିବେ। ଖାଲି ସେତିକି ନୁହେଁ ଏହା ଦ୍ୱାରା ହିତାଧିକାରୀମାନେ ନିଜ ମନପସନ୍ଦ ଦୋକାନକୁ ବି ଚୟନ କରିପାରିବେ। ଏହା ହିତାଧିକାରୀଙ୍କୁ ସ୍ୱାଧୀନତା ପ୍ରଦାନ କରିବ, କାରଣ ଜଣେ ହିତାଧିକାରୀ ଗୋଟିଏ ରେସନ ଦୋକାନରେ ବାନ୍ଧି ହୋଇ ରହିବେ ନାହିଁ। ଏ ଦିଗରେ ନରେନ୍ଦ୍ର ମୋଦୀଙ୍କ ସରକାର ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି କେନ୍ଦ୍ର ଖାଦ୍ୟମନ୍ତ୍ରୀ ରାମବିଳାସ ପାସଓ୍ଵାନ।

publive-image photo-oneindia

ଗତକାଲି କେନ୍ଦ୍ରମନ୍ତ୍ରୀ ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସଚିବମାନଙ୍କ ସମ୍ମିଳନୀରେ ଏକଥା ଘୋଷଣା କରିଛନ୍ତି। ରାମବିଳାସ ପାସୱାନ୍ ଆହୁରି କହିଛନ୍ତି ଯେ ଏହି ଯୋଜନା ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଗୁଜୁରାଟ, ହରିଆନା, ତେଲେଙ୍ଗାନା,ଝାଡଖଣ୍ଡ, କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ଆଇଏମପିଡିଏସ୍ ନାଆଁରେ ପ୍ରଚଳିତ ହୋଇଛି।

ଏହି ସମ୍ମିଳନୀରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), କେନ୍ଦ୍ରୀୟ ଭଣ୍ଡାରଣ ନିଗମ (ସିଡବ୍ଲୁସି) ଏବଂ ରାଜ୍ୟ ଭଣ୍ଡାରଣ ନିଗମ (ଏସଡବ୍ଲୁସି)ର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe