ନୂଆଦିଲ୍ଲୀ: ଲୋକସଭା ତଥା ବିଧାନସଭା ନିର୍ବାଚନର ଏକକାଳୀନ ଆୟୋଜନ ପାଇଁ ଅଣାଯାଇଥିବା ବିଲ୍ ଉପରେ ବିଚାର କରିବା ପାଇଁ ଗଠିତ ହେବାକୁ ଥିବା ମିଳିତ ସଂସଦୀୟ କମିଟି (ଜେପିସି) ରେ କଂଗ୍ରେସର ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦଳର ଚାରିଜଣ ସାଂସଦଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି।

Advertisment

ସୂତ୍ରରୁ ପ୍ରକାଶ ଯେ, କଂଗ୍ରେସ ଲୋକସଭାରୁ ପ୍ରିୟଙ୍କା ଗାନ୍ଧୀ, ମନୀଷ ତିୱାରୀ ଏବଂ ସୁଖଦେବ ଭଗତଙ୍କ ନାମ ଏଥି ପାଇଁ ଅନୁମୋଦନ କରିପାରେ।  ସେହିପରି  ରାଜ୍ୟସଭା ସଦସ୍ୟ ରଣଦୀପ ସୁରଜେୱାଲାଙ୍କ ନାମ ଜେପିସି ପାଇଁ ପଠାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସରକାର ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ମଙ୍ଗଳବାର ଉପସ୍ଥାପନ କରିଥିଲେ। ବିରୋଧୀମାନେ ଏହି ବିଲ୍‌କୁ ବିରୋଧ କରିଥିଲେ। ବିଲ୍ ଲୋକସଭାରେ ଆଗତ ହେବା ପାଇଁ ହୋଇଥିବା ଭୋଟିଂରେ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧରେ ୧୯୮ ଭୋଟ୍ ପଡିଥିଲା।  ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ଏହି ବିଲ୍ ନେବାକୁ ଶାସକ ତଥା ବିରୋଧୀ ସହମତ ହୋଇଥିଲେ। 

ଏହା ପରେ ଆଇନମନ୍ତ୍ରୀ ଅଜୁର୍ନ ରାମ ମେଘୱାଲ  ଭଏସ୍ ଭୋଟ୍ ଦ୍ବାରା ଗୃହର ସହମତି ପରେ 'ୟୁନିଅନ୍ ଟେରିଟୋରୀ ଆଇନ (ସଂଶୋଧନ) ବିଲ୍, ୨୦୨୪' ଆଗତ କରିଥିଲେ।

ଅଧିକ ପଢ଼ନ୍ତୁ:

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଲେ ଟ୍ରମ୍ପ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରାମର୍ଶ ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ବିସ୍ତୃତ ଆଲୋଚନା ପାଇଁ ସଂସଦର ମିଳିତ କମିଟି ନିକଟକୁ ବିଲ୍ ପଠାଇବାକୁ ଅନୁରୋଧ କରିଥିଲେ। 

ପ୍ରଥମ ଥର ପାଇଁ ନୂତନ ଗୃହରେ ଏକ ବିଲ୍‌ରେ ଇଲେକ୍ଟ୍ରୋନିକ୍ ଭୋଟିଂ ହୋଇଥିଲା। ଏହି ବିଲ୍ ଉପରେ ବିରୋଧୀ ଦଳର ବିରୋଧ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଯେତେବେଳେ ଏହି ବିଲ୍ କ୍ୟାବିନେଟରେ ଆଲୋଚନା ପାଇଁ ଆସିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସଂସଦୀୟ କମିଟି (ଜେପିସି)ର ବିଚାର ପାଇଁ ପଠାଯିବା ଉଚିତ ବୋଲି କହିଥିଲେ। ଏହା ସମ୍ବିଧାନର ମୌଳିକ ଗଠନ ଉପରେ ଆକ୍ରମଣ ବୋଲି ଅଭିଯୋଗ କରି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲ୍‌ ଆଗତକୁ ବିରୋଧ କରିଥିଲେ।

ଅଧିକ ପଢ଼ନ୍ତୁ:

ଏତେ କୋଟିର ମାଲିକ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଅଶ୍ବିନ୍