ଏକ ରାଷ୍ଟ୍ର, ଏକ ନିର୍ବାଚନ ପ୍ରସଙ୍ଗ: କ’ଣ କହୁଛନ୍ତି ସରକାର ଓ ବିରୋଧୀ

Advertisment

ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଅର୍ଥ ହେଉଛି ସମସ୍ତ ଭାରତୀୟ ଭୋଟର୍‌ ଗୋଟିଏ ବର୍ଷରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରତିନିଧି ବାଛିବାପାଇଁ ମତଦାନ କରିବେ। ସମାନ ସମୟରେ ନହେଲେ ବି ଗୋଟିଏ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟରେ ଏକ ସଙ୍ଗରେ ନିର୍ବାଚନ ହେବ।

ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଅର୍ଥ ହେଉଛି ସମସ୍ତ ଭାରତୀୟ ଭୋଟର୍‌ ଗୋଟିଏ ବର୍ଷରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରତିନିଧି ବାଛିବାପାଇଁ ମତଦାନ କରିବେ। ସମାନ ସମୟରେ ନହେଲେ ବି ଗୋଟିଏ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟରେ ଏକ ସଙ୍ଗରେ ନିର୍ବାଚନ ହେବ।

fjhdgjgdjyj

ନୂଆଦିଲ୍ଲୀ: ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଅର୍ଥ ହେଉଛି ସମସ୍ତ ଭାରତୀୟ ଭୋଟର୍‌ ଗୋଟିଏ ବର୍ଷରେ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ପ୍ରତିନିଧି ବାଛିବାପାଇଁ ମତଦାନ କରିବେ। ସମାନ ସମୟରେ ନହେଲେ ବି ଗୋଟିଏ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ସବୁ ରାଜ୍ୟରେ ଏକ ସଙ୍ଗରେ ନିର୍ବାଚନ ହେବ। ବର୍ତ୍ତମାନ କେବଳ ଅଳ୍ପ କିଛି ରାଜ୍ୟରେ ଏକ ସଙ୍ଗେ ନିର୍ବାଚନ ହେଉଛି। ଏହି ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା। ଏପ୍ରିଲ-ଜୁନ୍‌ ଲୋକସଭା ନିର୍ବାଚନ ସମୟରେ ଏହି ୩ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପଦ୍ଧତି ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।

ଏହା କାର୍ଯ୍ୟକାରୀ କରିବା ଦିଗରେ ଆମେ ସର୍ବଭାରତୀୟ ସ୍ତରରେ ଆଲୋଚନା ଆରମ୍ଭ କରିବୁ। ମନ୍ତ୍ରୀ ‌ବୈଷ୍ଣବ କହିଛନ୍ତି, ପ୍ରାରମ୍ଭିକ ପ୍ରକ୍ରିୟାରେ ୮୦ ପ୍ରତିଶତ ଭୋଟର ‘ଏକ ରାଷ୍ଟ୍ର , ଏକ ନିର୍ବାଚନ’କୁ ସମର୍ଥନ କରିଛନ୍ତି। ଏଥିପାଇଁ ସବୁଆଡ଼ୁ ସମର୍ଥନ ମିଳିଛି। କିନ୍ତୁ କଂଗ୍ରେସ ସମେତ ୧୫ଟି ବିରୋଧୀ ଦଳ ଏହି ଯୋଜନାକୁ ବିରୋଧ କରିଛନ୍ତି। କଂଗ୍ରେସ କହିଛି ଏହି ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ କରିହେବ ନାହିଁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ‌ଆଗକୁ ନିର୍ବାଚନ ଅଛି ‌ଏବଂ ସେମାନଙ୍କ ନିକଟରେ କିଛି ପ୍ରସଙ୍ଗ ନାହିଁ। ତେଣୁ ସେମାନେ ଏହି ପ୍ରସଙ୍ଗ ଏବେ ଉଠାଇଛନ୍ତି। ଗତ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ କହିଥିଲେ, ବର୍ତ୍ତମାନର ସମ୍ବିଧାନ ଅଧୀନରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ପଦ୍ଧତି ସମ୍ଭବ ନୁ‌ହେଁ। କାରଣ ଏଥିପାଇଁ ୫ଟି ସାମ୍ବିଧାନିକ ସଂଶୋଧନ ଆବଶ୍ୟକ। 

କେଉଁ ବିରୋଧୀ ଦଳ ସମର୍ଥନ କରୁଛନ୍ତି
୧୫ ବିରୋଧୀ ଦଳ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’କୁ ବିରୋଧ କରୁଛନ୍ତି। କିନ୍ତୁ ଅନେକ ବିରୋଧୀ ଦଳ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ସମର୍ଥନ କରୁଛନ୍ତି। କମିଟି ରିପୋର୍ଟ ଅନୁଯାୟୀ ଉକ୍ତ ନିଷ୍ପତ୍ତିକୁ ସମର୍ଥନ କରୁଥିବା ଅନ୍ୟ ବିରୋଧୀ ଦଳଗୁଡ଼ିକ ହେଉଛନ୍ତି ଶରଦ ପାୱାରଙ୍କ ଏନସିପି, ଜଗନ ‌ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ, ନବୀନ ପଟ୍ଟନାୟକଙ୍କ ବିଜେଡି, କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି, ସୁଖବୀର ବାଦଲଙ୍କ ଶିରୋମଣି ଅକାଳୀ ଦଳ ଏବଂ ମେହବୁବା ମୁଫ୍‌ତିଙ୍କୁ ପିପୁଲ୍ସ ଡୋମୋକ୍ରାଟିକ ପାର୍ଟି। ଅନ୍ୟପକ୍ଷେ ବିରୋଧ କରୁଥିବା ଦଳଗୁଡ଼ିକ ହେଉଛନ୍ତି କ‌ଂଗ୍ରେସ, ଆପ୍‌, ସିପିଆଇ, ସିପିଏମ୍‌, ଏଆଇୟୁଡିଏଫ୍‌, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ୍‌, ଡିଏମ୍‌କେ, ନାଗା ପିପୁଲ୍ସ ଫ୍ରଣ୍ଟ୍‌, ଏମଡିଏମକେ, ଭିସିକେ ଏବଂ ଏସ୍‌ଡିପିଆଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe