ଏକକ ନିର୍ବାଚନ ପ୍ରସଂଗରେ ଆଲୋଚନା ପାଇଁ କମିଟି ଗଠନ କରିବେ କେନ୍ଦ୍ର ସରକାର, ବୈଠକରେ ଅନୁପସ୍ଥିତ ରହିଲେ କଂଗ୍ରେସ ସମେତ ୮ ବିରୋଧୀ ଦଳ

Advertisment
ଏକକ ନିର୍ବାଚନ ପ୍ରସଂଗରେ ଆଲୋଚନା ପାଇଁ କମିଟି ଗଠନ କରିବେ କେନ୍ଦ୍ର ସରକାର, ବୈଠକରେ ଅନୁପସ୍ଥିତ ରହିଲେ କଂଗ୍ରେସ ସମେତ ୮ ବିରୋଧୀ ଦଳ

(Photo Credits: PIB)

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଂଗରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିଭିନ୍ନ ରାଜନୈତିକ ଦଳର ନେଇ ଏକ ବୈଠକ ଡାକିଥିଲେ। ତେବେ, ଏହି ବୈଠକରେ କଂଗ୍ରେସ ସମେତ ସମୁଦାୟ ୮ଟି ବିରୋଧୀ ଦଳ ଅନୁପସ୍ଥିତ ରହିଥିବା ସୂଚନା ରହିଛି। ମୋଦୀ ବୈଠକକୁ ସମ୍ବୋଧନ କରି କହିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ପରାମର୍ଶ ଦେବା ପାଇଁ ଆଗକୁ ଏକ କମିଟି ଗଠନ କରାଯିବ।

ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଂଗରେ ପରାମର୍ଶ ଦେବା ପାଇଁ ଖୁବ୍‌ ଶୀଘ୍ର କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ପ୍ରତିରକ୍ଷା ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାଜନାଥ ସିଂହ ବୈଠକ ସମାପ୍ତ ହେବା ପରେ ପ୍ରକାଶ କରିଛନ୍ତି।

publive-image www.news18.com

ରାଜନାଥ ସିଂହ ଆହୁରି ବି କହିଛନ୍ତି ଯେ ବୈଠକରେ ଉପସ୍ଥିତ ଅନେକ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ଆଉ କିଛି ଦଳ ବିରୋଧ କରିଛନ୍ତି। ତେବେ, ସିପିଆଇ ଭିନ୍ନ ମତ ରଖିଥିଲେ ବି ପ୍ରସ୍ତାବକୁ ପୂରାପୂରି ଭାବେ ବିରୋଧ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe