ଆଉ ୩ ରାଜ୍ୟରେ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ଼’ ବ୍ୟବସ୍ଥା

ଆଉ ୩ ରାଜ୍ୟରେ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ଼’ ବ୍ୟବସ୍ଥା

minnambalam.com

ନୂଆଦିଲ୍ଲୀ : ଦେଶର ଆଉ ୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକଶ୍ମୀରରେ ‘ଏକ ରାଷ୍ଟ୍ର, ଏକ ରାସନକାର୍ଡ’ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ୩ଟି ରାଜ୍ୟ ହେଲା ମଣିପୁର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡ। ଏହି ୩ଟି ରାଜ୍ୟକୁ ମିଶାଇ ଏଯାବତ୍ ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହି ବ୍ୟବସ୍ଥାରେ ସାମିଲ୍ ହୋଇ ସାରିଲାଣି। ସେଥିମଧ୍ୟରେ, ଓଡ଼ିଶା ମଧ୍ୟ ରହିଛି।

କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି। ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଚାଲିଥିବା ଉଦ୍ୟମ ବିଷୟରେ ସେ ଅନୁଧ୍ୟାନ କରିଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ୮୦ ଶତାଂଶ ବା ୬୫ କୋଟି ଲୋକ ଏବେ ଏହି ନୂଆ କାର୍ଡ ବ୍ୟବସ୍ଥାରେ ଏସବୁ ରାଜ୍ୟର ଯେକୌଣସି ସ୍ଥାନରେ ନିଜର ଖାଦଶସ୍ୟକୁ ସଂଗ୍ରହ କରିପାରିବେ । ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଏକକ କାର୍ଡ ବ୍ୟବସ୍ଥା ୨୦୨୧ ମାର୍ଚ୍ଚ ସୁଦ୍ଧା ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe