ମୃତକଙ୍କ ମଧ୍ୟରୁ ଜଣେ ଯାତ୍ରୀ ସଂକ୍ରମିତ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ ସଦସ୍ୟଙ୍କ କ‌‌ରୋନା ଟେଷ୍ଟ୍‌ ହେବ: କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ

Advertisment
ମୃତକଙ୍କ ମଧ୍ୟରୁ ଜଣେ ଯାତ୍ରୀ ସଂକ୍ରମିତ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ ସଦସ୍ୟଙ୍କ କ‌‌ରୋନା ଟେଷ୍ଟ୍‌ ହେବ: କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ

image source--long island press

ତିରୁଅନନ୍ତପୁରମ୍: କୋଝିକୋଡ୍‌ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୦ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଅନ୍ୟ ଯାତ୍ରୀମାନଙ୍କର ମଧ୍ୟ କରୋନା ପରୀକ୍ଷା ହେବ। ସେହିପରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଉଦ୍ଧାରକାରୀ ସଦସ୍ୟଙ୍କର କରୋନା ପରୀକ୍ଷା କରାଯିବ ବୋଲି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ସେଲ୍ଫ୍ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଯାଇଛି।

ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସେମାନେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗରେ ସୂଚନା ଦେବେ। ଇତି ମଧ୍ୟରେ ଡିଜିସିଏ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ବାୟୁ ନାଭିଗେସନ୍‌ ସେବା ସଦସ୍ୟ ଆଜି ଦିଲ୍ଲୀରେ ଏକ ବୈଠକ କରିଛନ୍ତି। ଦୁର୍ଘଟଣାରେ ୨ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଆହତମାନଙ୍କୁ ମଲପ୍ପୁରମ୍‌ ଏବଂ କୋଝିକୋଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe