ପ୍ରତି ଚାରି ଜଣରୁ ଜଣେ ନିରାପଦ ପାନୀୟ ଜଳରୁ ବଞ୍ଚିତ: ଜାତିସଂଘ

Advertisment
ବଡ଼ଚଣା ବ୍ଲକରେ ଲକ୍ଷଲକ୍ଷ ଟଙ୍କାର କେଳେଙ୍କାରୀ

adb.org

ନୂଆଦିଲ୍ଲୀ : ସାରା ପୃଥିବୀର ୨୬ ପ୍ରତିଶତ ମଣିଷ, ଅର୍ଥାତ୍ ପ୍ରାୟ ପ୍ରତି ଚାରିଜଣରୁ ଜଣେ ନିରାପଦ ସ୍ବଚ୍ଛ ପାନୀୟ ଜଳ ପାଉନାହାନ୍ତି ଏବଂ ୪୬ ପ୍ରତିଶତ (୩୬୦ କୋଟି) ଲୋକ ସ୍ବାସ୍ଥ୍ୟକର ପରିମଳ ସୁବିଧାରୁ ବଞ୍ଚିତ ବୋଲି ବୁଧବାର ପ୍ରକାଶିତ ଜାତିସଂଘର ବିଶ୍ବ ଜଳ ବିକାଶ ରିପୋର୍ଟରେ କୁହାଯାଇଛି।

ଯଦିଚ ଏହି ରିପୋର୍ଟ କୌଣସି ନିର୍ଦ୍ଦିଷ୍ଟ ଦେଶ-ଆଧାରିତ ନୁହେଁ, ଭାରତରୁ ପ୍ରକାଶିତ ଅନ୍ୟ କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ଦେଶର କେତେକ ସ୍ଥାନରେ ଉତ୍କଟ ଜଳ ସମସ୍ୟା ରହିଛି। ବାର୍ଷିକ ମୁଣ୍ଡପିଛା ଜଳ ଉପଲବ୍ଧତା ୧୭୦୦ ଘନମିଟରରୁ କମ୍ (୧୪୮୬ ଘନମିଟର) ହୋଇଥିବାରୁ ଭାରତ ଚାପଗ୍ରସ୍ତ ଅବସ୍ଥା (ଷ୍ଟ୍ରେସ୍‌ଡ କଣ୍ଡିସନ)ରେ ରହିଛି ବୋଲି କୁହାଯାଉଛି। ତେବେ ଏହା ୧୦୦୦ ଘନମିଟରରୁ କମ୍ ହେଲେ ତାକୁ ‘ଜଳସଂକଟ ଅବସ୍ଥା’ ବୋଲି କୁହାଯାଇଥାଏ। ଦିନକୁ ଦିନ ଯେପରି ଭାବେ ଜଳ ସମସ୍ୟା ବୃଦ୍ଧି ପାଇଚାଲିଛି ତାହା ଜାରି ରହିଲେ ଆଗାମୀ ତିନି ଦଶନ୍ଧି ଭିତରେ ଭାରତ ଉତ୍କଟ ଜଳ ସଂକଟ ସମସ୍ୟାର ସମ୍ମୁଖୀନ ହେବକ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe