ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଣେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ନିହତ

Advertisment
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଜଣେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ନିହତ

abplive

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଥିବା କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ଆତଙ୍କବାଦୀ ନିହତ। ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏବେ ବି ସେହି ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି।

ଜମ୍ମୁ-କଶ୍ମୀରର ଆଇଜିଙ୍କ ଅନୁଯାୟୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପାକିସ୍ତାନୀ ଆତଙ୍କବାଦୀ ଏହି ଏନକାଉଣ୍ଟରରେ ନିହତ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷା ବାହିନୀକୁ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାମ୍ବାସ୍ଥିତ ପଲ୍ଲୀ ପଞ୍ଚାୟତ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ପୂର୍ବରୁ ଏହି ଏନକାଉଣ୍ଟର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଶନିବାର ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ତେବେ ଗତ କିଛି ଦିନ ହେଲାଣି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି। ଏସମୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭାରତୀୟ ‌ସେନାର ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe