ବୁଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଜଣେ ଗିରଫ

Advertisment
ବୁଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଜଣେ ଗିରଫ

ମୁମ୍ବାଇ: ବୁଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ଏହାକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି। ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ବୁଲି ବାଇ ଆପ୍।

ଅଭିଯୋଗ ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି। ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କ ସମ୍ମାନହାନି ହେଲାଭଳି ମନ୍ତବ୍ୟ ସବୁ ଦିଆଯାଉଛି। ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି। ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି।ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା। ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡ଼ିଶାରେ ଜଣଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe