ଗୋଟିଏ ଫୋନ୍‌ କଲ୍‌ରେ ବଞ୍ଚିଗଲା ୧୨ ଜୀବନ

Advertisment
ଗୋଟିଏ ଫୋନ୍‌ କଲ୍‌ରେ ବଞ୍ଚିଗଲା ୧୨ ଜୀବନ

ଯୋଶୀମଠ: ଉତ୍ତରାଖଣ୍ଡର ଭୟଙ୍କର ହିମସ୍ଫଖଳ ଜନିତ ବନ୍ୟାରେ ତପୋବନ ଶକ୍ତି ପ୍ରକଳ୍ପର ଟନେଲ୍‌ ଭିତରେ ଫସିଥିବା ୧୨ ଜଣ ବ୍ୟକ୍ତି ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଫୋନ୍‌ରେ ନେଟୱାର୍କ ଥିବା କାରଣରୁ ସେମାନେ ବଞ୍ଚିଯାଇଛନ୍ତି। ଆଇଟିବିପିର ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ପ୍ରଚେଷ୍ଟା ପରେ ସେମାନଙ୍କୁ ସୁଡ଼ଙ୍ଗ ଭିତରୁ ବାହାରକୁ ଆଣିବାରେ ସକ୍ଷମ ହୋଇଛନ୍ତି। ତପୋବନ ଶକ୍ତି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଲାଲ ବାହାହୁର ଉଦ୍ଧାର ପରେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ସେମାନଙ୍କ ସଂଘର୍ଷ କାହାଣୀ ପଦାକୁ ଆସିଛି। ଲାଲ ବାହାଦୁର କହିଛନ୍ତି, ସେ ଓ ତାଙ୍କର ଅନ୍ୟ ୧୧ ଜଣ ସହଯୋଗୀଙ୍କୁ ଆଇଟିବିପିର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି।

ତେବେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଶ୍ରମିକମାନେ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୭ ଘଣ୍ଟା ଧରି ଫସି ରହିଥିଲେ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ୫ଟାରେ ଶେ‌ଷ ବ୍ୟକ୍ତିଙ୍କୁ ସୁଡ଼ଙ୍ଗ ଭିତରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ଯୋଶୀମଠର ଆଇଟିବିପି ହସ୍ପିଟାଲରେ ଏବେ ଚିକିତ୍ସା କରାଯାଉଛି। ହିମସ୍ଖଳନ ପରେ ସୁଡ଼ଙ୍ଗ ଭିତରେ ଭୟଙ୍କର ମାତ୍ରାରେ ପାଣି ପଶିଥିଲା। ସେହି ସମୟରେ ସେମାନେ ସୁଡ଼ଙ୍ଗ ଭିତରେ ୩୦୦ ମିଟର ଗଭୀରରେ ଅଟକି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe