ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ ପହଞ୍ଚିଲା କରୋନା, ମିଳିଲେ ସଂକ୍ରମିତ କର୍ମଚାରୀ

Advertisment
ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ ପହଞ୍ଚିଲା କରୋନା, ମିଳିଲେ ସଂକ୍ରମିତ କର୍ମଚାରୀ

photo-pti

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ ଏବେ କରୋନା ସଂକ୍ରମଣ ପହଞ୍ଚିଛି | ଲୋକସଭା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ହାଉସ କିପିଙ୍ଗ ବିଭାଗରେ କାର୍ଯ୍ୟ କରନ୍ତି | ବର୍ତ୍ତମାନ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ପୂର୍ବରୁ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବେ ପରିଚିତ ରାଷ୍ଟ୍ରପତି ଭବନ ପରିସରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହି ଆକ୍ରାନ୍ତ ଜଣେ ମହିଳା ହୋଇଥିବା ବେଳେ ରାଷ୍ଟ୍ରପତି ଭବନରେ କାମ କରୁଥିବା ଜଣେ ସଫେଇକର୍ମୀଙ୍କ ବୋହୂ ବୋଲି ଜଣାପଡିଛି | ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସରେ ରହନ୍ତି। ଏହି ଖବର ଜଣାପଡିବା ପରେ କ୍ୟାମ୍ପସରେ ରହୁଥିବା ୧୨୫ ପରିବାରଙ୍କୁ ହୋମ୍ କ୍ଵାରାଣ୍ଟିନରେ ରଖାଯାଇଛି |

କୁହାଯାଉଛି ଯେ ସଫେଇ କର୍ମଚାରୀଙ୍କ ବୋହୂର ମା’ ପୂର୍ବରୁ କରୋନାରେ ମୃତ୍ୟୁବରଣ କରିଥିଲେ। ଗାଁରେ ତାଙ୍କର ଅନ୍ତିମ ସଂସ୍କାରରେ ପୂରା ପରିବାର ଲୋକ ଯୋଗ ଦେଇଥିଲେ। ଏହା ପରେ, ସଫେଇକର୍ମୀଙ୍କ ପରିବାରକୁ ପୃଥକ ଭାବରେ ଆଇସୋଲେସନକୁ ପଠାଯାଇଥିଲା ଏବଂ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା | ସମସ୍ତଙ୍କର କରୋନା ପରୀକ୍ଷା ଫଳାଫଳ ନେଗେଟିଭ ଆସିଥିବାଜବେଳେ,ବୋହୂର ଫଳାଫଳ ପଜିଟିଭ ଆସିଥିଲା | ତେବେ ଲୋକସଭା ସଚିବାଳୟ କର୍ମଚାରୀଙ୍କ ବାବଦରେ ବିସ୍ତୃତ ତଥ୍ୟ ଜଣାପଡିନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe