ଆମେରିକା ଚର୍ଚରେ ଗୁଳିକାଣ୍ଡ, ଜଣେ ମୃତ

Advertisment
ଆମେରିକା ଚର୍ଚରେ ଗୁଳିକାଣ୍ଡ, ଜଣେ ମୃତ

NDTV.com

ମୋଣ୍ଟ୍‌ଗୋମେରି : ଆମେରିକାରେ ପୁଣି ଏକ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଅଲବାମାର ସେଣ୍ଟ୍‌ ଷ୍ଟିଫେନ୍ସ୍‌ ଚର୍ଚରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜଣେ ବନ୍ଧୁକଧାରୀ ଅଚାନକ ଗୁଳି ମାଡ଼ କରିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଅହତ ହୋଇଛନ୍ତି। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇବା ସହ ଉକ୍ତ ମାମଲାରେ ଜଣେ ସଂଦିଗ୍ଧକୁ ଗିରଫ କରିଛି। ଏକ ଏନ୍‌ଜିଓର ରିପୋର୍ଟ ମୁତାବକ ଚଳିତ ବର୍ଷ ଆରମ୍ଭରୁ ଆମେରିକାରେ ପ୍ରାୟ ୨୬୭ଟି ଗୁଳିକାଣ୍ଡରେ ୨୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ତିନି ଦିନ ପୂର୍ବରୁ ଲସ୍ଆଞ୍ଜେଲସ୍‌ଠାରେ ଏକ ଭୋଜିରେ ଗୁଳିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe