ବାନ୍ଦିପୋରାରେ ସେନାର ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

Advertisment
ଜମ୍ମୁକଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା

Image Courtesy of India TV

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ନେଇ ଅମିତ ଶାହାଙ୍କ ସମୀକ୍ଷା ବୈଠକ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୋମବାର ସକାଳେ ସୁରକ୍ଷାବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ବାନ୍ଦିପୋରାରେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ଉଠିପଡ଼ିଥିଲେ।  ବର୍ତ୍ତମାନ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି।

ବାସ୍ତବରେ ବାନ୍ଦିପୋରା ଜିଲ୍ଲାର ଅରଗାମ ଗ୍ରାମରେ କିଛି ଗୁଳି ଶବ୍ଦ ଶୁଣିବା ମାତ୍ରେ ସୁରକ୍ଷାବାହିନୀ ଘେରାଉ କରି ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ଗୁଳିବିନିମୟ ବନ୍ଦ ହୋଇଯାଇଥିଲା। ପରେ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଥିଲା। ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଦୁଇଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ଦମନ କରିବା ଏବଂ ସୁରୁଖୁରୁରେ, ସୁରକ୍ଷିତ ଏବଂ ଅଘଟଣମୁକ୍ତ ଅମରନାଥ ଯାତ୍ରା ସୁନିଶ୍ଚିତ କରିବାକୁ ସୁରକ୍ଷା ବାହିନୀକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରର କଠୋର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ଆଗାମୀ ଦିନରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟାପକ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe