ଶୋପିଆଁ: ସୋମାବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ମୋଲୁ-ଚିତ୍ରଗ୍ରାମ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ମଧ୍ୟ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।
ମେ ୩୧ ତାରିଖ ଦିନ ଶୋପିଆଁ ଜିଲ୍ଲାରେ ଗୁଳି ବିନିମୟ ଯୋଗୁଁ ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ନିହତ ହେବା ଓ ଜଣେ ପାରାଟ୍ରୁପର୍ ଆହତ ହେବା ପରେ ଆଜିର ଏନ୍କାଉଣ୍ଟର୍ ଆରମ୍ଭ ହୋଇଛି। ସମ୍ପୃକ୍ତ ସ୍ଥାନରୁ କେତେକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଜିଲ୍ଲାର ଜୈନପୋରା ଅଞ୍ଚଳର ଦ୍ରଗାଦ୍ ଜିଲ୍ଲାରେ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ଚଳାଇଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା।
ରାଜ୍ୟର ସୋପୋର୍ ଅନ୍ତର୍ଗତ ଡାଙ୍ଗେର୍ପୋରା ଅଞ୍ଚଳରେ ମେ ୩୦ ତାରିଖ ଦିନ ମଧ୍ୟ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସର ସ୍ପେସାଲ୍ ଅପରେସନ୍ ଗ୍ରୁପ୍, ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ ଅଭିଯାନ ଆରମ୍ଭ କରିଥିଲେ।
Follow Us