ପେନ୍‌ସନ୍‌ ଚୋରି କରିବାର ଏକ ଉପାୟ ହେଉଛି ଅଗ୍ନିବୀର ଯୋଜନା: ରାହୁଲ

Advertisment

ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନଡିଏ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହରିୟାଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି ନ୍ୟାୟ ଏବଂ ଅନ୍ୟାୟର ଲଢ଼େଇ। ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।...

ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନଡିଏ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହରିୟାଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି ନ୍ୟାୟ ଏବଂ ଅନ୍ୟାୟର ଲଢ଼େଇ। ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।...

WhatsApp Image 2024-09-30 at 8.22.23 PM

ଚଣ୍ଡିଗଡ଼: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣାରେ ବିଧାନସଭା ନିର୍ବାଚନର ଶେଷ ସପ୍ତାହରେ କଂଗ୍ରେସର "ହରିୟାଣା ବିଜୟ ସଙ୍କଳ୍ପ ଯାତ୍ରା" ସୋମବାର ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏବଂ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଲଜା ମଧ୍ୟ ସାମିଲ ହୋଇଛନ୍ତି।

ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଲ ଏବଂ ଅନ୍ୟ ନେତାମାନେ ଅମ୍ବାଲାଠାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି, ଯାହା ଉତ୍ତର ହରିୟାଣାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଯିବ। ଏହାପୂର୍ବରୁ ରାହୁଲ ଗାନ୍ଧୀ ନାରାୟଣଗଡରେ ଏକ ରାଲିରେ ସମ୍ବୋଧିତ କରିଥିଲେ ଯେଉଁଠାରେ ସେ କଂଗ୍ରେସ ପ୍ରାର୍ଥୀ ଶୈଲି ଚୌଧୁରୀ ଏବଂ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ।

ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନଡିଏ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହରିୟାଣାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି ନ୍ୟାୟ ଏବଂ ଅନ୍ୟାୟର  ଲଢ଼େଇ। ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେ କୃଷକମାନଙ୍କଠାରୁ ତୁରନ୍ତ ଧାନ କ୍ରୟ ଏବଂ ଦେୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିପଥ ସେନା ନିଯୁକ୍ତି ଯୋଜନା ବିଷୟରେ କହି ରାହୁଲ ଏହାକୁ "ପେନସନ୍ ଚୋରି" ର ଏକ ଉପାୟ ବୋଲି ଲଲ୍ଲେଖ କରିଛନ୍ତି।

ସେ କହିଥିଲେ ଯେ ଏହା ଅଗ୍ନିବୀର ଯୋଜନା ନୁହେଁ ବରଂ ଆପଣଙ୍କ ପେନସନ୍ ଚୋରୀ କରିବାର ଏକ ଉପାୟ। କିନ୍ତୁ ଆପଣଙ୍କର ପେନସନ୍ କୁଆଡେ ଯାଏ ତାହା ଜାଣିଛନ୍ତି କି? ଏହା ଆଦାନୀଙ୍କ ପକେଟକୁ ଯାଏ। ସେ କହିଛନ୍ତି କଂଗ୍ରେସ ସରକାର ରାଜ୍ୟରେ ଗଠନ ହେଲେ ଗରିବ, କୃଷକ ଏବଂ ଯୁବବର୍ଗମାନଙ୍କୁ ସାହାଯ୍ୟ କରାଯିବ। କୃଷକଙ୍କ ଋଣ ଛାଡ଼ ହେବ।

କଂଗ୍ରେସ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ ମହିଳାଙ୍କୁ ମାସିକ ୨,୦୦୦ ଟଙ୍କା, ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ, ପୁରୁଣା ପେନସନ୍ ଯୋଜନାର ପୁନରୁଦ୍ଧାର ଏବଂ ଏମଏସପି ଗ୍ୟାରେଣ୍ଟି ଭଳି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା ଗାନ୍ଧୀ ଅଗ୍ନିପଥ ଯୋଜନା ଏବଂ କୃଷକଙ୍କ ସମସ୍ୟା ବିଷୟରେ ମଧ୍ୟ କହିଥିଲେ।

ସେ କହିଛନ୍ତି ଯେ ହରିୟାଣାରେ କଂଗ୍ରେସର ଲହର ନୁହେଁ, ବରଂ ଏହା ସମ୍ମାନର ଲହରୀ।  ଏଥର ରାଜ୍ୟରା ଜନସାଧାରଣ ସମ୍ମାନର ସହ ଠିଆ ହେବେ କି ନାହିଁ ତାହା ସ୍ଥିର କରିବାକୁ ପଡିବ। ରାଲି ପରେ ରାହୁଲ ଗାନ୍ଧୀ ଯମୁନାନଗର ଯାତ୍ରା ଜାରି ରଖିଥିଲେ, ଯେଉଁଠାରେ ତାଙ୍କୁ ବିଭିନ୍ନ ସ୍ଥାନରେ ପାର୍ଟି କର୍ମୀମାନେ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe