ପକେଟରେ ଫାଟିଗଲା ଫୋନ, ହେଲା ଏଭଳି ଅବସ୍ଥା

Advertisment
ପକେଟରେ ଫାଟିଗଲା ଫୋନ, ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ୱାନପ୍ଲସ ନୋର୍ଡ-୨ ବିସ୍ଫୋରଣ ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ବିସ୍ଫୋରଣ ପରର କିଛି ଫଟୋକୁ ସୁହିତ ଶର୍ମା ନାମକ ଜଣେ ଟୁଇଟର ବ୍ୟବହାର ସେୟାର କରିଛନ୍ତି। ଏହି ବିସ୍ଫୋରଣର ଶିକାର ହୋଇଥିବା ବାଳକ ଫୋନକୁ ନିଜର ଡାହାଣ ପଟ ପକେଟରେ ରଖିଥିଲେ।
ସୁହିତ ଶର୍ମା ଚାରିଟି ଫଟୋ ସେୟାର କରି ଲେଖିଛନ୍ତି, ‘ୱାନପ୍ଲସ ଠାରୁ ଏଭଳି ଆଶା ନଥିଲା। ଆପଣଙ୍କ ପ୍ରଡକ୍ଟ କ’ଣ କରିଲା। ଦୟାକରି ଏଭଳି ଅଘଟଣ ପାଇଁ ପ୍ରସ୍ତୁତ ରୁହନ୍ତୁ। ଲୋକଙ୍କ ଜୀବନ ସହ ଖେଳିବା ବନ୍ଦ କରନ୍ତୁ। ୱାନପ୍ଲସ ହେତୁ ବାଳକ ଆହତ ହୋଇଛି। ତାର ଜଙ୍ଘରେ ଗଭୀର ଆଘାତ ଲାଗିଛି।’

ଏହି ବିସ୍ଫୋରଣ ହେବା ପରେ ବାଳକ ପିନ୍ଧିଥିବା ଜିନ୍ସର କିଛିସ୍ଥାନ ପୋଡ଼ି ଯାଇଥିବା ବେଳେ ଡାହାଣ ଜଙ୍ଘ ଜଳି ଚମଡା ଛାଡ଼ି ଯାଇଛି। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ଘଟିବା ସଙ୍ଗେସଙ୍ଗେ ୱାନପ୍ଲସ ପ୍ରତିକ୍ରିୟା ଦେଇ କହିଛି, ଘଟଣାକୁ ଗମ୍ଭୀରତା ସହ ନିଆଯାଇ ଟିମ ଫୋନ ବ୍ୟବହାରକାରୀ ପାଖରେ ପହଞ୍ଚି ଯାଇଛି। ଫୋନଟି କାହିଁକି ବିସ୍ଫୋରଣ ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe