Image Courtesy of HT
ମୁମ୍ବାଇ: ଆରବ ସାଗରରୁ ତଟରକ୍ଷୀ ଏବଂ ନୌବାହିନୀ ୬ ଜଣଙ୍କ ଶବ, ହେଲିକାପ୍ଟର୍ର ଭଗ୍ନାଂଶ ଏବଂ କିଛି ଲାଇଫ୍ ଜାକେଟ୍ ଉଦ୍ଧାର କରିଛନ୍ତି। ଶନିବାର ପୂର୍ବାହ୍ନରେ ୫ ଜଣ ଓଏନ୍ଜିସି ଡେପୁଟି ମ୍ୟାନେଜର୍ ଏବଂ ଦୁଇ ଜଣ ପାଇଲଟ୍ଙ୍କୁ ନେଇ ଯାଉଥିବା ପବନହଂସ ହେଲିକାପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇ ଆରବ ସାଗରରେ ଖସିପଡ଼ିବା ପରେ ସେଠାରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଏନ୍ଜିସି ପରିଚୟ ପତ୍ରରୁ ପଙ୍କଜ ଗର୍ଗଙ୍କ ଶବ ଚିହ୍ନଟ ହୋଇଛି। ତାଙ୍କ ସହକର୍ମୀ ଭି କେ ବିନ୍ଦୁ ଲାଲ୍ ବାବୁ, ଜୋସ୍ ଆଣ୍ଟୋନି ଏବଂ ପିଏନ୍ ଶ୍ରୀନିବାସନଙ୍କ ଶବକୁ ତାଙ୍କ ପରିବାର ଲୋକେ ପୂର୍ବରୁ ଚିହ୍ନଟ କରିଥିଲେ। ନାନାବତୀ ହସ୍ପିଟାଲ୍ରେ ଅନ୍ୟମାନଙ୍କର ପରିବାର ବର୍ଗ ମୁଦି ଏବଂ ଅନ୍ୟାନ୍ୟ ଗହଣା ଦେଖି ଶବ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି।
ଦୁର୍ଘଟନାସ୍ଥଳରେ ଗତକାଲି ଅପରାହ୍ଣ ସାଢ଼େ ଚାରିଟାବେଳେ ୧୦ ଜଣ ବୁଡ଼ାଳିବିଶିଷ୍ଟ ଦୁଇଟି ଦଳ ପହଞ୍ଚିଥିଲେ। ଦୁର୍ଘଟନା ସମ୍ବନ୍ଧରେ ତଦନ୍ତ କରିବାକୁ ବ୍ଲାକ୍ ବକ୍ସ ନିତାନ୍ତ ଅପରିହାର୍ଯ୍ୟ। ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଏଥିରେ ତା’ର ବିମାନ ପର୍ଫର୍ମାନ୍ସ୍ ଡାଟା ଏବଂ କକ୍ପିଟ୍ କନ୍ଭର୍ସେସନ୍ ଏଥିରେ ରେକର୍ଡ ହୋଇଥାଏ।
Follow Us