ଆରବସାଗରରେ ଓଏନଜିସି ଠାବ କଲା ଆଉ ଏକ ତୈଳଭଣ୍ଡାର

Advertisment
ଆରବସାଗରରେ ଓଏନଜିସି ଠାବ କଲା ଆଉ ଏକ ତୈଳଭଣ୍ଡାର

photo credit- zee business

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ସଂସ୍ଥା ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ (ଓଏନଜିସି)କୁ ଏକ ବଡ଼ ସଫଳତା ମିଳିଛି। ଆରବ ସାଗରରେ ମୁମ୍ବାଇ ହାଇର ପଶ୍ଚିମରେ ଓଏନଜିସି ଏକ ବଡ଼ ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାରର ସନ୍ଧାନ ପାଇଛି ବୋଲି ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଏହି ତୈଳଭଣ୍ଡାରର ସନ୍ଧାନ ମୁମ୍ବାଇ ହାଇ ତୈଳଭଣ୍ଡାରର ପଶ୍ଚିମରେ ଡ଼ବ୍ଲ୍ୟୁ ଓ ୨୪-୩( ଡବ୍ଲ୍ୟୁଓ -୨୪-ସି) କୂପ ଡ୍ରିଲିଂ ସମୟରେ ମିଳିଛି। ସୋମବାର ସଂସଦ ଛୁଟି ଥିବା ବେଳେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉତ୍ତର ପାର୍ଲ୍ୟାମେଣ୍ଟ େଓ୍ଵବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଠାବ ହୋଇଥିବା ତୈଳଭଣ୍ଡାରରେ ପ୍ରାୟ ୨୯.୭୪ ମିଲିୟନ ଟନ୍‌ସ ତୈଳ ଓ ସମାନ ପରିମାଣର ପ୍ରାକୃତିକ ଗ୍ୟାସ ମହଜୁଦ ଅଛି। ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ତୈଳଭଣ୍ଡାରରୁ ଦୈନିକ ୩୩୧୦ ବ୍ୟାରେଲ ତୈଳ ଓ ୧୭,୦୭୧ ଘନମିଟରର ପ୍ରାକୃତିକ ବାଷ୍ପ ଉତ୍ପାଦିତ ହୋଇପାରିବ। ଫଳରେ ଏହି ତୈଳ ଭଣ୍ଡାର ନେଇ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

publive-image photo credit- livemint

ସୂଚନା ଯୋଗ୍ୟ ଯେ ଭାରତର ବର୍ତ୍ତମାନ ସୁଦ୍ଧା ସର୍ବବୃହତ ତୈଳଭଣ୍ଡାର ମୁମ୍ବାଇ ହାଇରୁ ଦୈନିକ ୨୦୫ ବ୍ୟାରେଲ ତୈଳ ଉତ୍ପାଦିତ ହେଉଛି। ମୁମ୍ବାଇ ହାଇରୁ ଓଏନଜିସି ଉତ୍ପାଦନ କରିବାର ପ୍ରାୟ ୫୦ ବର୍ଷ ପରେ ଓଏନଜିସି ଆଉ ଏକ ପ୍ରାକୃତିକ ତୈଳଭଣ୍ଡାରର ସନ୍ଧାନ କରିପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ ଯେ ମୁମ୍ବାଇ ହାଇ ସହିତ ପଶ୍ଚିମ ଉପକୂଳରେ ଥିବା ଅନ୍ୟ ଛୋଟ ଛୋଟ ତୈଳଭଣ୍ଡାରରୁ ଭାରତ ପ୍ରତିବର୍ଷ ୧୬ ମିଲିୟନ ଟନ୍‌ ତୈଳ ଉତ୍ପାଦନ କରୁଛି, ଯାହାକି ଭାରତର ଅଶୋଧିତ ତୈଳ ଉତ୍ପାଦର ୪୪ ପ୍ରତିଶତ ଅଟେ। ଓଏନଜିସି ୨୫.୫ ମିଲିୟନ ଟନ୍‌ ତୈଳ ୨୦୧୬-୧୭ରେ ଉତ୍ପାଦନ କରିଥିବା ବେଳେ ୨୦୧୯-୨୦ରୁ ଏହା ୨୮/୨୯ ମିଲିୟନ ଟନ୍‌ ତୈଳ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe