ନାସିକରେ ପିଆଜର ଅଭାବୀ ବିକ୍ରି : ଏଠାରେ ମାତ୍ର ୧ ଟଙ୍କାରେ ପିଆଜ ବିକ୍ରି ହେଉଥିବା ବେଳେ ଓଡ଼ିଶାରେ ଚଢ଼ା ଦର ଯୋଗୁଁ ଗ୍ରାହକ ହନ୍ତସନ୍ତ

Advertisment
ପିଆଜ ଦରରେ ଲଗାମ ରହୁନି : ପ୍ରତିଦିନ ବଢ଼ୁଛି ଦର, ୧୦୦ ଛୁଇଁବା ଆଶଙ୍କା, ସରକାର ହାତ ଟେକିଦେଲେଣି

ଭୁବନେଶ୍ୱର : ଗୋଟିଏ ପଟେ ଓଡ଼ିଶାରେ ପିଆଜ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ଅନ୍ୟପଟେ ନାସିକରେ ଦେଖାଦେଇଛି ପିଆଜର ଅଭାବୀ ବିକ୍ରି। ଏଠାରେ ମାତ୍ର ୧ ଟଙ୍କାରେ ପିଆଜ ବିକ୍ରି ହେଉଥିବାରୁ ଏବେ ଚିନ୍ତାରେ ପଡିଛନ୍ତି ନାସିକର ପିଆଜ ଚାଷୀ। କିନ୍ତୁ ଓଡ଼ିଶାରେ ପିଆଜ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ଏହାର ଦାମ୍‌ କମିବାର ନାଁଗନ୍ଧ ଧରୁନାହିଁ। ଓଡ଼ିଶାରେ ଚଢ଼ା ଦରରେ ପିଆଜ ବିକ୍ରି କରି ବ୍ୟବସାୟୀମାନେ ମାଲେମାଲ୍‌ ହେଉଥିବା ବେଳେ ଏବେ ନାସିକରେ ଅଭାବ ବିକ୍ରି ଯୋଗୁଁ ଚାଷୀମାନେ ଉଚିତ ମୂଲ୍ୟ ପାଉନଥିବାରୁ ପିଆଜକୁ ବାଧ୍ୟ ହୋଇ ପାତି ଦେଉଥିବାର ଦେଖିବାକୁ ମିଳୁଛି।

publive-image

ମହାରାଷ୍ଟ୍ରର ନାସିକରେ ଏବେ ପିଆଜ କିଲୋପ୍ରତି ୧ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ଏତେ ହୋଇଛି ଯେ, ପିଆଜ ସଂରକ୍ଷିତ ନରଖିପାରି ଚାଷୀ ବାଧ୍ୟ ହୋଇ ତାକୁ ପୋତି ଦେଉଛି। ଏପଟେ ଓଡିଶାରେ ୨୦ ରୁ ୨୨ ଟଙ୍କାରେ ବିକ୍ରି ହେଉଛି ପିଆଜ । ୧ଟଙ୍କାର ପିଆଜ, ଓଡିଶା ଆସୁ ଆସୁ ୨୦ ଟଙ୍କା ହୋଇଯାଉଛି । ଅମଳ କରୁଥିବା ଚାଷୀ ଫସଲର ଉଚିତ ଟଙ୍କା ପାଇପାରୁନି ଏପଟେ ଗ୍ରାହକଙ୍କୁ ଚଢା ଦରରେ ବିକ୍ରି ଲାଭ ପାଉଛନ୍ତି ବ୍ୟବସାୟୀ ।

publive-image

ମହାରାଷ୍ଟ୍ରର ନାସିକରେ ଏଥର ହଜାର ହଜାର ଟନ୍ ପିଆଜ ଉତ୍ପାଦନ ହୋଇଛି । ଫଳରେ ପିଆଜ କିଲେ, ମାତ୍ର ୧ଟଙ୍କାରେ ବିକ୍ରି ହେଉଛି । ଏପଟେ ଓଡିଶାରେ ପିଆଜ କେଜି ପିଛା ୨୦ ଟଙ୍କା ଦେଇ କିଣୁଛି ଗ୍ରାହକ । କିଛି ଜାଗାରେ ୨୨ ରୁ ୨୪ ଟଙ୍କାରେ ବି ବିକ୍ରି ହେଉଛି । ନାସିକରୁ ଶସ୍ତାରେ ପିଆଜ ଆସୁଛି ଓଡିଶା, ଆଉ ଏଠାରେ ବିକ୍ରି ହେଉଛି ଚଢା ଦରରେ।

publive-image

ସାରା ଦେଶରେ ଉତ୍ପାଦିତ ହେଉଥିବା ପିଆଜର ୫୦ ପ୍ରତିଶତ କେବଳ ନାସିକରେ ହୋଇଥାଏ । ଫଳରେ ଦେଶର ଅଧିକାଂଶ ସ୍ଥାନକୁ ନାସିକରୁ ପିଆଜ ରତ୍ପାନୀ କରାଯାଏ । ନାସିକରେ ପିଆଜ କିଲେକୁ ୧ ଟଙ୍କା ହେଲେ ଏଥିରେ ପରିବହନ ଖର୍ଚ୍ଚ ଏବଂ ବ୍ୟବସାୟୀ କମିଶନଙ୍କୁ ମିଶାଇ, ଓଡିଶାରେ ସର୍ବାଧିକ ୧୪ ରୁ ୧୫ଟଙ୍କା ହେବା କଥା । ହେଲେ ବିକ୍ରି ହେଉଛି ୨୦ ଟଙ୍କାରେ । ଚାଷୀ ଅମଳ କରୁଛି ହେଲେ ଅଧିକ ଟଙ୍କା ପାଉନି, ଆଉ ଦର କମ୍ ଥିଲେ ବି ଗ୍ରାହକଙ୍କୁ ଏହାର ଲାଭ ମିଳୁନି । ଚାଷୀଙ୍କଠାରୁ ଗ୍ରାହକ ପାଖକୁ ଆସିବା ବେଳକୁ ମୁନାଫା ନେଉଛନ୍ତି ଲାଭଖୋର ବ୍ୟବସାୟୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe