ବଢିଚାଲିଛି ପିଆଜ ଦର, ଆଗକୁ ଆହୁରି ବଢିବା ଆଶଙ୍କା

Advertisment
ବଢିଚାଲିଛି ପିଆଜ ଦର, ଆଗକୁ ଆହୁରି ବଢିବା ଆଶଙ୍କା

ନାସିକ : ଦେଶରେ ପିଆଜ ଦର ଦ୍ରୁତ ଗତିରେ ବଢିଚାଲିଛି । ଗତ ୧୫ ଦିନ ର କଥା କହିବାକୁ ଗଲେ ପିଆଜ ଦର ୩୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ପିଆଜର ଆଗମନ ଅର୍ଥାତ୍ ଏହାର ଯୋଗାଣ ହ୍ରାସ ପାଉଥିବା ବେଳେ ଇଦ୍ ଉଲ୍-ଆଜହା (ବକରିଦ୍) ଆସିବା ପୂର୍ବରୁ ପିଆଜର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏବେ ପିଆଜ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ମହାରାଷ୍ଟ୍ରର ନାସିକରେ ଥିବା ଏସିଆର ସର୍ବବୃହତ୍ ପିଆଜମଣ୍ଡି ଲାସଲଗାଓଁରେ ପିଆଜର ହାରାହାରି ପାଇକାରୀ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସୋମବାର ଏଠାରେ ହାରାହାରି ପାଇକାରୀ ଦର କିଲୋ ପିଛା ୨୬ ଟଙ୍କା ଥିବା ବେଳେ ଗତ ମାସ ୨୫ ତାରିଖରେ ଏହା କିଲୋ ପିଛା ୧୭ ଟଙ୍କା ଥିଲା। ତେବେ ମହାରାଷ୍ଟ୍ରର ଅନେକ ହୋଲସେଲ ବଜାରରେ ଉତ୍ତମ ମାନର ପିଆଜ ଦର କିଲୋ ପିଛା ୩୦ ଟଙ୍କା ଅତିକ୍ରମ କରିଛି। ମହାରାଷ୍ଟ୍ରରେ ପିଆଜ ୩୦ ଟଙ୍କା ହେବା ଅର୍ଥ ଦେଶଅନ୍ୟ ସ୍ଥାନରେ ଦର ୫୦ ଉପରକୁ ଉଠିବା ସୁନିଶ୍ଚିତ ।

ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ଯୋଗୁଁ ପିଆଜ ଦର ରେ ସାମ୍ପ୍ରତିକ ବୃଦ୍ଧି ଘଟିଛି। ଜୁନ୍ ମାସରୁ ମଣ୍ଡି ଓ ବଜାରକୁ ଆସୁଥିବା ପିଆଜ ଚାଷୀ ଓ ବ୍ୟବସାୟୀମାନେ ରଖିଥିବା ଷ୍ଟକ୍ରୁ ଆସିଛି। ତେବେ ୨୦୨୩-୨୪ ବର୍ଷର ରବି ଫସଲ ହ୍ରାସ ପାଇବ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିବା ପରେ ପିଆଜ ଦର ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe