‘ଆଇଆରସିଟିସି’ରେ ଅନଲାଇନ୍ ଟିକେଟ୍ ବୁକିଙ୍ଗ୍ ବିଳମ୍ବ; ଧୈର୍ଯ୍ୟ ଧରନ୍ତୁ, ବୈଷୟିକ ତ୍ରୁଟି ସଜଡ଼ା ଚାଲିଛି: ରେଳବାଇ

Advertisment
‘ଆଇଆରସିଟିସି’ରେ ଅନଲାଇନ୍ ଟିକେଟ୍ ବୁକିଙ୍ଗ୍ ବିଳମ୍ବ; ଧୈର୍ଯ୍ୟ ଧରନ୍ତୁ, ବୈଷୟିକ ତ୍ରୁଟି ସଜଡ଼ା ଚାଲିଛି: ରେଳବାଇ

Image Source: Hindustan Times

ନୂଆଦିଲ୍ଲୀ: ନନ୍‌-ଏସି ରେଳଯାତ୍ରା ପାଇଁ ଗୁରୁବାର ପୂର୍ବାହ୍ନ ୧୦ଟାରେ ହେବାକୁ ଥିବା ଅନ୍‌ଲାଇନ୍ ଟିକେଟ୍ ବୁକିଙ୍ଗରେ ବିଳମ୍ବ ହେବ। ବିଳମ୍ବ ପାଇଁ ବାତ୍ୟା ଅମ୍ଫାନ୍ ଏବଂ ବୈଷୟିକ ତ୍ରୁଟି ଦାୟୀ ବୋଲି ରେଳବାଇ କହିଛି। ତ୍ରୁଟି ସୁଧାରିବା ନିମନ୍ତେ କାମ ଚାଲିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଜଣେ ରେଳବାଇ ଅଧିକାରୀ କହିଛନ୍ତି, ଫାଇରିଙ୍ଗ୍ ବା ଷ୍ଟାର୍ଟ କରିବା ସମୟସାପେକ୍ଷ ବ୍ୟାପାର। ଏହାର ଅର୍ଥ ହେଉଛି ରେଳଯାତ୍ରାର ସମସ୍ତ ବିବରଣୀର ପ୍ରକୃତ ଲୋଡିଙ୍ଗ୍ ଓ ବୁକିଙ୍ଗ୍‌ ପାରାମିଟର୍ ଆଦି କାର୍ଯ୍ୟ। ଏହି କାର୍ଯ୍ୟ ଉଭୟ ଯାତ୍ରା ଆରମ୍ଭ ଏବଂ ଶେଷ ଜୋନ୍‌ରେ ଏକ ସମୟରେ କରାଯାଏ। ପୂର୍ବାଞ୍ଚଳରେ ବାତ୍ୟା ପରିସ୍ଥିତି ଯୋଗୁଁ ସେ ପଟରୁ ଫାଇରିଙ୍ଗ୍ (ଷ୍ଟାର୍ଟ) ପ୍ରଭାବିତ ହୋଇଥିବା ଆଶାକରାଯାଉଛି।

publive-image Image Source: India Today

ଧୈର୍ଯ୍ୟ ଧରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି। ଏ ଭଳି ସ୍ଥିତିରେ ସର୍ବାଧିକ ଯାତ୍ରୀ ଯେମିତି ଯାତ୍ରା କରିପାରନ୍ତି ସେଥିପାଇଁ ଭାରତୀୟ ରେଳବାଇ ପର୍ଯ୍ୟାୟ କ୍ରମେ ରେଳ ଚଳାଉଛି। ଏହାଛଡ଼ା ଅନେକ ବ୍ୟକ୍ତି ଏକ ସମୟରେ ଲଗ୍‌ ଇନ୍ କରୁଥିବାରୁ ରିଜର୍ଭେସନ୍ ସିଷ୍ଟମ୍ ଫାୟାର୍ ହେବାକୁ କିଛି ସମୟ ଲାଗିବ।

ଆଇଆର୍‌ସିଟିସି ୱେବ୍‌ସାଇଟ୍ କିଂବା ମ‌ୋବାଇଲ୍ ଆପ୍ ମାଧ୍ୟମରେ ହିଁ କେବଳ ଅନ୍‌ଲାଇନ୍ ଇ-ଟିକେଟିଙ୍ଗ୍ କରାଯିବ। ଦେଶର କୌଣସି ରେଳବାଇ ଷ୍ଟେସନ୍‌ରେ ଥିବା ରିଜର୍ଭେସନ୍ କାଉଣ୍ଟର୍‌ରେ ଟିକେଟ୍ ବୁକିଙ୍ଗ୍ ହୋଇପାରିବ ନାହିଁ ବୋଲି ରେଳବାଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe