ଏଣିକି ଫିଲ୍ମ ହଲ ପାଇଁ ଅନଲାଇନ ଟିକେଟ ବିକିବେ ଆନ୍ଧ୍ରପ୍ରଦେଶ ସରକାର

Advertisment
ଏଣିକି ଫିଲ୍ମ ହଲ ପାଇଁ ଅନଲାଇନ ଟିକେଟ ବିକିବେ ଆନ୍ଧ୍ରପ୍ରଦେଶ ସରକାର

ବିଶାଖାପାଟଣା: ଏଣିକି ଜଣେ ଦର୍ଶକ ଫିଲ୍ମ ହଲ ଯାଇ ସିଟ ବୁକିଂ କରିପାରିବେ ନାହିଁ | ବରଂ ସିଟ ବୁକିଂ କରିବାକୁ ହେଲେ ସରକାରୀ ୱେବସାଇଟକୁ ଯାଇ ଟିକେଟ କିଣିବାକୁ ହେବ | କିଛି ଏଭଳି ବ୍ୟବସ୍ଥା ଖୁବ ଶୀଘ୍ର ଆନ୍ଧ୍ରପ୍ରଦେଶ ସରକାର ଆରମ୍ଭ କରିବାକୁ ଯାଉଛନ୍ତି | ଆଉ ଏହି ଘୋଷଣା ପରେ ଏବେ ସିନେ ନିର୍ମାତା ଓ ଆନ୍ଧ୍ର ସରକାର ମୁହାଁମୁହିଁ ହୋଇଛନ୍ତି | ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ କହିଛନ୍ତି ଯେ ଫିଲ୍ମରୁ ଯେତିକି ଟିକସ ମିଳିବା କଥା ସେତିକି ଟିକସ ରାଜକୋଷକୁ ମିଳିପାରୁନାହିଁ | ତେଣୁ ସରକାର ଏବେ ସିଧାସଳଖ ଅନଲାଇନରେ ଟିକେଟ ବିକି ଟିକସ ମଧ୍ୟ ସଂଗ୍ରହ କରିପାରିବେ | ଅନ୍ୟପଟେ ସିନେ ନିର୍ମାତାମାନେ କହିଛନ୍ତି ଯେ ଏଭଳି ହେଲେ ଦର୍ଶକଙ୍କ ଆଗ୍ରହ କମିଯିବ ଓ ସେମାନଙ୍କୁ କିଭଳି ଅର୍ଥ ମିଳିପାରିବ ସେନେଇ ସରକାର ସ୍ପଷ୍ଟ କରନ୍ତୁ | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ଏକ ଆଦେଶ ପାରିତ ହୋଇଛି। ସେହି ଅନୁଯାୟୀ ରାଜ୍ୟ ସରକାର ଏକ ୱେବସାଇଟ୍ ଆରମ୍ଭ କରିବାକୁ ଯାଉଛନ୍ତି।

ଏହି ୱେବସାଇଟରେ ସାରା ରାଜ୍ୟରେ ସିଙ୍ଗଲ୍ ଏବଂ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟର ଟିକେଟ ବିକ୍ରି ହେବ | ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ (ଗୃହ) କୁମାର ବିଶ୍ୱଜିତଙ୍କ କହିବା ମୁତାବକ ସିନେମା ଟିକେଟ ବିକ୍ରି ପାଇଁ ଆନ୍ଧ୍ରପ୍ରଦେଶ ସରକାର ଏକ ଅନଲାଇନ୍ ପୋର୍ଟାଲ ପ୍ରସ୍ତୁତ କରିବେ। ଏହି ପୋର୍ଟାଲ୍ ଅନଲାଇନ୍ ରେଳ ସଂରକ୍ଷଣ ଟିକେଟ୍ ସିଷ୍ଟମ ଭଳି କାମ କରିବ | ଏହାକୁ ଆନ୍ଧ୍ରପ୍ରଦେଶ ରାଜ୍ୟ ଚଳଚ୍ଚିତ୍ର, ଟିଭି ଏବଂ ଥିଏଟର ବିକାଶ ନିଗମ ପରିଚାଳନା କରିବ। ବର୍ତ୍ତମାନ ବୁକ୍ ମାଇ ସୋ ଭଳି ପୋର୍ଟାଲ ମାଧ୍ୟମରେ ରାଜ୍ୟରେ ଚଳଚ୍ଚିତ୍ର ଟିକେଟ ବିକ୍ରି ହେଉଥିଲା। ଏହା ବ୍ୟତୀତ କିଛି ଅଫଲାଇନ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହୋଇଥିଲା | ତେବେ ଏହି ସୁବିଧା କେବଳ ବିଜୟୱାଡା ଏବଂ ବିଶାଖାପାଟଣା ସମେତ କେତେକ ପ୍ରମୁଖ ସହରରେ ଉପଲବ୍ଧ ଥିଲା |

ରାଜ୍ୟର ଅନ୍ୟ ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଫିଲ୍ମ ଟିକେଟ କେବଳ କାଉଣ୍ଟରରେ ହିଁ ବିକ୍ରି ହେଉଥିଲା | ତେବେ ଏହି ଯୋଜନା ଆରମ୍ଭ ହେଲେ ରାଜ୍ୟର ସମସ୍ତ ସିନେମା ହଲକୁ ପୋର୍ଟାଲ ଅଧୀନକୁ ଅଣାଯିବ | ଯିଏ ସିନେମା ଦେଖିବାକୁ ଚାଁହୁଛନ୍ତି ସେମାନେ ପୋର୍ଟାଲକୁ ଯାଇ ଟିକେଟ କିଣିପାରିବେ | ତେବେ ଚଳଚ୍ଚିତ୍ର ନିର୍ମାତାଙ୍କ କହିବା ଅନୁଯାୟୀ ଆମ ପାଖରେ ଟିକେଟ ବିକ୍ରି ଅର୍ଥ କିପରି ପହଞ୍ଚିବ, ତାହା ଏକ ବଡ ପ୍ରଶ୍ନ। ଚଳଚ୍ଚିତ୍ର ନିର୍ମାତା ଆହୁରି କହିଛନ୍ତି ଯେ ଏହା ଏକ ସାମାଜିକ ସେବା ନୁହେଁ, ଏହା ଏକ ବ୍ୟବସାୟ | ଆକଳନ ଅନୁଯାୟୀ, ଟଲିଉଡ ନାମରେ ଜଣାଶୁଣା ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କରୋନା ପୂର୍ବରୁ ପ୍ରତିବର୍ଷ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟବସାୟ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe