୧୭୮ ଟଙ୍କାର ବର୍ଗର ପାଇଁ ହରାଇଲେ ୨୧ ହଜାର ଟଙ୍କା

Advertisment
୧୭୮ ଟଙ୍କାର ବର୍ଗର ପାଇଁ ହରାଇଲେ ୨୧ ହଜାର ଟଙ୍କା

photo-Foxymoron

ନୋଏଡା: ଯଦି ଆପଣଙ୍କୁ ଗୁଗୁଲର କଷ୍ଟ୍ୟୁମର କେୟାର ନାମରେ କେହି ଫୋନ କରି କୌଣସି ଆପ୍ସ ଇନଷ୍ଟଲ କରିବାକୁ କୁହନ୍ତି. ତେବେ ଏଭଳି ଭୁଲ କରନ୍ତୁ ନାହିଁ, କାରଣ ଏହା ଦ୍ୱାରା ଆପଣ ଠକାମିର ଶିକାର ହୋଇପାରନ୍ତି | ଦିଲ୍ଲୀର ନୋଏଡାର ଜଣେ ସଫ୍ଟୱେୟାର ଇଂଜିନିୟରଙ୍କ ସହ ଏଭଳି ଘଟଣା ଘଟିବା ପରେ ଏ ବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟର ଅନଲାଇନରେ ବର୍ଗର ମଗାଇବା ମହଙ୍ଗା ସାବ୍ୟସ୍ତ ହୋଇଛି |

ନୋଏଡା ସେକ୍ଟର -୪୫ ର ଜଣେ ମହିଳା ୧୭୮ ଟଙ୍କାର ବର୍ଗର ଅର୍ଡର କରିଥିଲେ | ଏଥିପାଇଁ ସେ ପୂର୍ବରୁ ପ୍ରି-ପେମେଣ୍ଟ ମାଧ୍ୟମରେ ଟଙ୍କା ମଧ୍ୟ ଦେଇଥିଲେ | ୩୫ ମିନିଟ ମଧ୍ୟରେ ବର୍ଗର ଡେଲିଭରି ହେବାର ଥିଲା | କିନ୍ତୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବର୍ଗର ଡେଲିଭରି ହୋଇନଥିବାରୁ ମହିଳା ଜଣକ ଟଙ୍କା ଫେରସ୍ତ ପାଇଁ ଗୁଗୁଲରେ ସମ୍ପୃକ୍ତ କମ୍ପାନୀର ଗ୍ରାହକ କେୟାର ନମ୍ବରକୁ ଖୋଜିଥିଲେ | ଯେତେବେଳେ ମହିଳା ଉକ୍ତ ନମ୍ବରକୁ ଫୋନ କରିଥିଲେ, ଜଣେ ବ୍ୟକ୍ତି ଫୋନ ଉଠାଇ ନିଜକୁ କମ୍ପାନୀର କର୍ମଚାରୀ ବୋଲି କହିଥିଲେ।

ଏହା ପରେ ଦୃବୁର୍ତ୍ତ ମହିଳାଙ୍କୁ ମୋବାଇଲରେ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ଯେତେବେଳେ ମହିଳା ଏହି ଆପ୍ ଡାଉନଲୋଡ୍ କରିଥିଲେ ସେତେବେଳେ ଦୃବୁର୍ତ୍ତ ମହିଳାଙ୍କ ମୋବାଇଲକୁ ନିଜ ଅଧୀନକୁ ନେଇଥିଲା। ଆପ୍ ରିମୋଟ୍ ଦ୍ୱାରା ନିୟନ୍ତ୍ରିତ ଥିଲା | ଏହା ପରେ ଦୃବୁର୍ତ୍ତ ତାଙ୍କ ଆକାଉଣ୍ଟରୁ ୨୧,୮୬୫ ଟଙ୍କା ଉଠାଇନେଇଥିଲା । ଏହା ପରେ ଅଭିଯୁକ୍ତ କହିଥିଲା ଯେ ଯଦି ସେ ଥାନାରେ ଅଭିଯୋଗ କରନ୍ତି ତେବେ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ବାହାର କରିନିଆଯିବ । ପୀଡିତା ଜଣକ ସାଇବର ପୁଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe