ଆନ୍ଧ୍ରରେ ନିଷିଦ୍ଧ ହେଲା ରୁମି, ପୋକର ଭଳି ଅନ୍‌ଲାଇନ୍‌ ଗେମ୍‌

Advertisment
ଆନ୍ଧ୍ରରେ ନିଷିଦ୍ଧ ହେଲା ରୁମି, ପୋକର ଭଳି ଅନ୍‌ଲାଇନ୍‌ ଗେମ୍‌

Pinterest

ଅମରାବତୀ(ଆନ୍ଧ୍ରପ୍ରଦେଶ) : ଯୁବଗୋଷ୍ଠୀକୁ ବିପଥଗାମୀ କରାଉଥିବା ରୁମି ଓ ପୋକର ଭଳି ଅନ୍‌ଲାଇନ୍‌ ଖେଳଗୁଡ଼ିକୁ ଆନ୍ଧ୍ରପ୍ରଦେଶ ସରକାର ଗୁରୁବାର ନିଷିଦ୍ଧ କରିଦେଇଛନ୍ତି। ସକାଳେ ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ୍‌ ଜଗନ୍‌ମୋହନ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏପରି ଅନ୍‌ଲାଇନ୍‌ ଜୁଆ ଖେଳଗୁଡ଼ିକ ନିଷିଦ୍ଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବିଶେଷ କରି ଏହି ସବୁ ଖେଳ ଦ୍ବାରା ପଥଭ୍ରଷ୍ଟ ହେଉଥିବା ଯୁବକମାନଙ୍କ ସୁରକ୍ଷା ପାଇଁ ସେସବୁକୁ ବନ୍ଦ କରିଦିଆଯାଇଛି ବୋଲି ସୂଚନା ମନ୍ତ୍ରୀ ପର୍ଣ୍ଣି ଭେଙ୍କଟରାମେୟା(ନାନି) କ୍ୟାବିନେଟ୍‌ ବୈଠକ ପରେ ଘୋଷଣା କରିଛନ୍ତି। ଏଣିକି ରାଜ୍ୟରେ ଏ ସବୁ ଅନ୍‌ଲାଇନ୍‌ ଜୁଆ ଖେଳ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ଜରିମାନା ବାଦ୍‌ ବର୍ଷେ ଯାଏ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବୁଧବାର  ପବ୍‌ଜି ସମେତ ୧୧୮ଟି ଚୀନ ଆପ୍‌ ବିରୋଧରେ ତଥ୍ୟ ଚୋରି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ଥିବା ଦର୍ଶାଇ ସେଗୁଡ଼ିକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ଆମେରିକା ମଧ୍ୟ ସୁରକ୍ଷା ଦୃଷ୍ଟିରୁ  ଚୀନର ବହୁସଂଖ୍ୟକ ଆପ୍‌କୁ ନିଷିଦ୍ଧ ଘୋଷଣା କରିସାରିଛି। ସେହିଭଳି ଚୀନ୍‌ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ଗାଓ ଫେଙ୍ଗ୍‌ ଭାରତର ଏହି ନିଷ୍ପତ୍ତି ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତର ଏ ନିଷ୍ପତ୍ତି ଚୀନ୍‌ର ଅଧିକାରକୁ କ୍ଷୁଣ୍ଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe