ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍, ଜାଣନ୍ତୁ କଣ ନିଷିଦ୍ଧ ହେବ, କଣ ଚାଲୁ ରହିବ

ସଂସଦର ଦୁଇ ସଦନର ମଂଜୁରୀ ପରେ ଅନଲାଇନ ବେଟିଂକୁ ନିଷିଦ୍ଧ କରୁଥିବା ଅନଲାଇନ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି ।

gaming bill

ନୂଆଦିଲ୍ଲୀ : ସଂସଦର ଦୁଇ ସଦନର ମଂଜୁରୀ ପରେ ଅନଲାଇନ ବେଟିଂକୁ ନିଷିଦ୍ଧ କରୁଥିବା ଅନଲାଇନ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି । ଖୁବଶୀଘ୍ର ଏହି ଆଇନର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦେଶରେ ଅନଲାଇନ ବେଟିଂ ନିଷିଦ୍ଧ ହୋଇଯିବ ।

ଏହି ବିଲର ନାମ ଅନଲାଇନ ଗେମିଂ ବିଲ୍ ହୋଇଥିଲେ ବି ଏହା ଆଇନରେ ପରିଣତ ହେବା ପରେ ସବୁପ୍ରକାରର ଅନଲାଇନ ଗେମ ନିଷିଦ୍ଧ ହେବ ନାହିଁ । କେବଳ ମନି ଗେମ୍ସ ଅର୍ଥାତ୍ ଯେଉଁ ଆପ ମାଧ୍ୟମରେ ଅର୍ଥ ବାଜି ଲାଗୁଥିବ ସେଗୁଡ଼ିକୁ ନିଷିଦ୍ଧ କରାଯିବ।

ଏହି ବିଲର ନାମ ଅନଲାଇନ ଗେମିଂ ବିଲ୍ ହୋଇଥିଲେ ବି ଏହା ଆଇନରେ ପରିଣତ ହେବା ପରେ ସବୁପ୍ରକାରର ଅନଲାଇନ ଗେମ ନିଷିଦ୍ଧ ହେବ ନାହିଁ । କେବଳ ମନି ଗେମ୍ସ ଅର୍ଥାତ୍ ଯେଉଁ ଆପ ମାଧ୍ୟମରେ ଅର୍ଥ ବାଜି ଲାଗୁଥିବ ସେଗୁଡ଼ିକୁ ନିଷିଦ୍ଧ କରାଯିବ। ତେବେ ସୋସିଆଲ ଗେମ୍ସ ଓ ଇ-ସ୍ପୋର୍ଟ୍ସ  ଉପରେ କୌଣସି କଟକଣା ଲାଗୁ ହେବ ନାହିଁ । ବରଂ ଏଗୁଡ଼ିକୁ ସରକାର ପ୍ରତ୍ସାହିତ କରିବେ ।

ଗତକାଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଅନଲାଇନ ମନି ଗେମିଂ ଦେଶରେ ଯୁବପିଢିଙ୍କ ଲାଗି ଏକ ବଡ଼ ବିପଦରେ ପରିଣତ ହୋଇଛି । ଏହାର ମୋହରେ ପଡ଼ି ଲୋକମାନେ ସର୍ବସ୍ବାନ୍ତ ହେଉଛନ୍ତି, ମାନସିକଭାବେ ବିକୃତ ହେଉଛନ୍ତି କିମ୍ବା ହିଂସାତ୍ମକ ହେଉଛନ୍ତି । ଏକ ଅନୁମାନ ଅନୁସାରେ ପ୍ରାୟ ୪୫ କୋଟି ଲୋକ ଏଥିରେ ପ୍ରଭାବିତ ହୋଇ ପ୍ରାୟ ୨୦ ହଜାର କୋଟି ହରାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe