ଦଳଗୁଡ଼ିକର ଆର୍ଥିକ ବିବରଣୀ ପ୍ରଦାନ ପାଇଁ ଅନ୍‌ଲାଇନ୍‌ ପୋର୍ଟାଲ

Advertisment
ନିର୍ବାଚନ କମିସନଙ୍କ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲା ଏଡିଆର, କାରଣ ଜାଣନ୍ତୁ

Image Courtesy of India Today

ନୂଆଦିଲ୍ଲୀ : ସୋମବାର ନିର୍ବାଚନ କମିସନ ଏକ ଅନ୍‌ଲାଇନ୍‌ ପୋର୍ଟାଲ ଆରମ୍ଭ କରିଛନ୍ତି, ଯେଉଁଥିରେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ଆୟ, ବ୍ୟୟ ଓ ନିର୍ବାଚନ ଖର୍ଚ୍ଚ ଆଦିର ବିବରଣୀ ପ୍ରଦାନ କରିପାରିବେ। ରାଜନୈତିକ ପାଣ୍ଠି ସଂଗ୍ରହ ଓ ବ୍ୟୟରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ରକ୍ଷା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଯେଉଁ ରାଜ‌ନୈତିକ ଦଳଗୁଡ଼ିକ ଅନଲାଇନ ରିପୋର୍ଟ ଦେବାକୁ ରାଜି ହେବେ ନାହିଁ, ସେମାନେ ଏହାର କାରଣ ଦର୍ଶାଇ ହାର୍ଡ କପି ଏବଂ ସିଡି ବା ପେନ୍‌ଡ୍ରାଇଭ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଫର୍ମାଟରେ ଆର୍ଥିକ ବିବରଣୀ ପ୍ରଦାନ କରିପାରିବେ ବୋଲି କମିସନ କହିଛନ୍ତି। ଏହାପରେ କମିସନ ସବୁ ରିପୋର୍ଟକୁ ଅନ୍‌ଲାଇନ୍ ପ୍ରକାଶ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe