Times of India
ନୂଆଦିଲ୍ଲୀ : ଭାରତର କୋଭିଡ୍ ମୃତ୍ୟୁହାର କ୍ରମାଗତ ଭାବେ କମି ଚାଲିଛି। ଦେଶରେ ଏବେ କୋଭିଡ୍ ମୃତ୍ୟୁହାର ୨.୧୮ ପ୍ରତିଶତକୁ କମିଆସିଛି ଯାହା ବିଶ୍ବରେ ସବୁଠାରୁ କମ୍। ମାତ୍ର ୦.୨୮ ପ୍ରତିଶତ ରୋଗୀ ଏବେ ଭେଣ୍ଟିଲେଟରରେ ଅଛନ୍ତି। ସେହିପରି ୧.୬୧ ପ୍ରତିଶତ ରୋଗୀଙ୍କୁ ଆଇସିୟୁ ଯତ୍ନ ଆବଶ୍ୟକ ହେଉଛି ଏବଂ ୨.୩୨ ପ୍ରତିଶତ ରୋଗୀ ଅକ୍ସିଜେନ୍ ସପୋର୍ଟ୍ରେ ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଭିଡିଓ କନଫରେନ୍ସ ଦ୍ବାରା ୧୯ ତମ ମନ୍ତ୍ରୀ ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରି ହର୍ଷବର୍ଦ୍ଧନ କହିଛନ୍ତି, ଭାରତରେ ୧୦ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ହୋଇ ସାରିଛନ୍ତି। ଆରୋଗ୍ୟ ହାର ୬୪.୫୪ ପ୍ରତିଶତ ରହିଛି।
Follow Us