ଖୋଲିଲା ସାବରିମାଲା ମନ୍ଦିର: ଦୈନିକ ମାତ୍ର ୨୫୦ ଭକ୍ତଙ୍କୁ ଦର୍ଶନ ଅନୁମତି

Advertisment
ଖୋଲିଲା ସାବରିମାଲା ମନ୍ଦିର: ଦୈନିକ ମାତ୍ର ୨୫୦ ଭକ୍ତଙ୍କୁ ଦର୍ଶନ ଅନୁମତି

Image Courtesy of NDTV

ତିରୁବନନ୍ତପୁରମ୍‌: କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁଁ ସାତ ମାସ ବନ୍ଦ ରହିବା ପରେ ‘ପାଞ୍ଚଦିନିଆ ମାସିକ ପୂଜା’ ଲାଗି ଶନିବାର ଦିନ କେରଳର ସାବରିମାଲା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପାହାଡ଼ ଉପରେ ଥିବା ଏହି ଧର୍ମସ୍ଥଳୀ ଦର୍ଶନ ପାଇଁ ଇଚ୍ଛୁକ ଭକ୍ତମାନଙ୍କୁ ଫେସ୍‌ ମାସ୍କ୍‌ ପିନ୍ଧିବା ସହ ସାଥୀରେ କୋଭିଡ୍-୧୯ ନେଗେଟିଭ୍ ପ୍ରମାଣପତ୍ର ନେବାକୁ ପଡ଼ିବ।

ଦୈନିକ ମନ୍ଦିର ଭିତରକୁ ମାତ୍ର ୨୫୦ ଜଣ ବ୍ୟକ୍ତିଙ୍କୁ ଛଡ଼ାଯିବ। ଏହାଛଡ଼ା, ଉକ୍ତ ବ୍ୟକ୍ତିମାନେ ୧୦ ରୁ ୬୦ ବର୍ଷ ବୟସ ବର୍ଗର ହୋଇଥିବା ଆବଶ୍ୟକ। ଦର୍ଶନ ନିମନ୍ତେ ଆଜି ପ୍ରାୟ ୨୪୬ ଜଣ ବ୍ୟକ୍ତି ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଛନ୍ତି।

publive-image Image Courtesy of NDTV

ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ପ୍ରଭୁ ଆୟାପ୍ପାଙ୍କୁ ସମର୍ପିତ ଏହି ପ୍ରସିଦ୍ଧ ପାର୍ବତ୍ୟ ଧର୍ମପୀଠରେ କଠୋର ନିୟମ ଜାରି କରାଯାଇଛି। ନେଗେଟିଭ୍ ଟେଷ୍ଟ୍‌ ରିପୋର୍ଟ ଆଣି ନ ଥିବା ଦର୍ଶନାର୍ଥୀମାନଙ୍କର ନୀଲକ୍କଲ ବେସ୍‌ କ୍ୟାମ୍ପ୍‌ରେ ‌‘ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟ୍‌’ କରାଯାଉଛି।

କୋଭିଡ୍‌-୧୯ ନିୟମ ପାଳନ ସହ ‘ନେୟାଭିଷେକମ୍’ (ଘିଅ ଅଭିଷେକ) ଏବଂ ‘ଅନ୍ନଦାନମ୍’ (ଭୋଜନ ଅର୍ପଣ) ସମେତ ବିଧିବିଧାନ ପାଳନ ନିମନ୍ତେ ସ୍ବତନ୍ତ୍ର ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ଦର୍ଶନ ଲାଗି ଅନ୍ୟାନ୍ୟ ନିୟମ ମଧ୍ୟରେ ବାଧ୍ୟତାମୂଳକ ଫିଟ୍‌ନେସ୍ ସାର୍ଟିଫିକେଟ୍‌, ଯାହା ଦର୍ଶନ ପାଇଁ ଆସିବାର ୪୮ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରାଯାଇଥିବ। ପମ୍ବା ନଦୀରେ ପାରମ୍ପରିକ ସ୍ନାନ ଏବଂ ‘ସାନ୍ନିଧାନମ’ (ମୁଖ୍ୟ ମନ୍ଦିର ପରିସର) କିଂବା ପମ୍ବା ଓ ନୀଲକ୍କଲ ବେସ୍‌ କ୍ୟାମ୍ପ୍‌ରେ ରାତ୍ରୀ ଯାପନ ଲାଗି ଅନୁମତି ଦିଆ ଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe