Republic India
ନୂଆଦିଲ୍ଲୀ: ସଂପ୍ରତି ଜାତୀୟ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବା କୋଭିଡ୍-୧୯ର ତୃତୀୟ ଲହର କାୟାବିସ୍ତାର କରିବାକୁ ଆରମ୍ଭ କରିବା ଘଟଣା ଦିଲ୍ଲୀ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ, ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଆଗରୁ ଏହା ଉପରେ ଲଗାମ କଶିବା ପାଇଁ ସରକାର ଏବେ ଠାରୁ ଉଦ୍ୟମ ଆରମ୍ଭ କରିଦେଲେଣି।
ପ୍ରଥମ ପଦକ୍ଷେପ ସ୍ୱରୂପ ଜାତୀୟ ରାଜଧାନୀରେ କୋଭିଡ-୧୯ ମାମଲାର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବିବାହ ସମାରୋହରେ ଏକାଠି ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ବିବାହ ସମାରୋହରେ ଲୋକଙ୍କ ସଂଖ୍ୟାକୁ ୨୦୦ରୁ ୫୦କୁ ହ୍ରାସ କରିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ବୁଧବାର ଦିନ ଦିଲ୍ଲୀ ଲେଫ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଅନୁମୋଦନ ଦେଇଛନ୍ତି। ବିବାହ ସମାରୋହରେ ୨୦୦ ଅତିଥିଙ୍କୁ ଅନୁମତି ଦେବାର ନିଷ୍ପତ୍ତି ଦିଲ୍ଲୀ ସରକାର ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ବୈଜଲଙ୍କ ଅନୁମୋଦନ ମିଳିିଛି। ଜାତୀୟ ରାଜଧାନୀରେ କୋଭିଡ-୧୯ର ଦ୍ରୁତ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଜନଗହଳିପୂର୍ଣ୍ଣ ବଜାରକୁ ସିଲ୍ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।
/sambad/media/post_attachments/wp-content/uploads/2020/11/D2.jpg) NewsByte
 NewsByteଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ଦିଲ୍ଲୀରେ କରୋନା ସ୍ଥିତିରେ ସୁଧାର ଆସିବା ପରେ କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ବିବାହ ଉତ୍ସବରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହାକୁ ପ୍ରତ୍ୟାହାର କରାଯାଉଛି ଏବଂ କେବଳ ୫୦ ଜଣଙ୍କୁ ଅନୁମତି ଦିଆଯିବ। କରୋନା ନିୟନ୍ତ୍ରଣ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଯଦି କୋଭିଡ-୧୯ ସୁରକ୍ଷା ନିୟମର ବ୍ୟାପକ ଉଲ୍ଲଂଘନ ହୁଏ ତେବେ ସରକାର ଦିଲ୍ଲୀର ବ୍ୟସ୍ତବହୁଳ ବଜାରଗୁଡ଼ିକୁ ସିଲ କରିବା ପାଇଁ ଏକ ପୃଥକ ପ୍ରସ୍ତାବ ପଠାଇବେ। ଯେହେତୁ ଦିଲ୍ଲୀରେ କରୋନା ମାମଲା ବଢ଼ୁଛି, ତେଣୁ ଆମେ କେନ୍ଦ୍ର ସରକାରଙ୍କୁ ଏକ ସାଧାରଣ ପ୍ରସ୍ତାବ ପଠାଉଛୁ। ଯଦି ଆବଶ୍ୟକ ହୁଏ ତେବେ ଦିଲ୍ଲୀ ସରକାର ସେହି ବଜାରଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ କରି ପାରିବେ, ଯେଉଁଠାରେ ଆଦର୍ଶ ପାଳନ କରାଯାଉ ନାହିଁ ଏବଂ ସେମାନେ ସ୍ଥାନୀୟ କୋଭିଡ-୧୯ ହଟସ୍ପଟରେ ପରିଣତ ହେଉଛନ୍ତି।
/sambad/media/post_attachments/wp-content/uploads/2020/11/Delhi-3.jpg) India Today
 India Todayଦିଲ୍ଲୀରେ ଆଇସିୟୁ ଶଯ୍ୟା ଉପଲବ୍ଧତା ଉପରେ କେଜ୍ରିୱାଲ କହିଛନ୍ତି ଯେ ବେସରକାରୀ ତଥା ସରକାରୀ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ ରହିଛି। କିନ୍ତୁ ଆଇସିୟୁ ଶଯ୍ୟାରେ ସଙ୍କଟ ଦେଖାଦେଇଛି। ଏହି ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଆମକୁ ଆଇସିୟୁ ବେଡରେ ସାହାଯ୍ୟ କରୁଛି। ଏବଂ ତୁରନ୍ତ ଆଇସିୟୁ ଶଯ୍ୟା ସଂଖ୍ୟା ୭୫୦ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/11/D1.jpeg)