ଦର ବୃଦ୍ଧି ରୋକିବା ପାଇଁ କେବଳ ଗୋଟିଏ ବାଟ ରହିଛି, ପ୍ରତି ମାସରେ ନିର୍ବାଚନ କର: ଏନସିପି ସାଂସଦ ସୁପ୍ରିୟା ସୁଲେ

Advertisment
ଦର ବୃଦ୍ଧି ରୋକିବା ପାଇଁ କେବଳ ଗୋଟିଏ ବାଟ ରହିଛି, ପ୍ରତି ମାସରେ ନିର୍ବାଚନ କର: ଏନସିପି ସାଂସଦ ସୁପ୍ରିୟା ସୁଲେ

ନୂଆଦିଲ୍ଲୀ: ଇନ୍ଧନ ମୂଲ୍ୟ ବୃଦ୍ଧି ମଧ୍ୟରେ ଏନସିପି ସାଂସଦ ସୁପ୍ରିୟା ସୁଲେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେବଳ ନିର୍ବାଚନ ଏହି ମୂଲ୍ୟକୁ ନିୟନ୍ତ୍ରଣରେ ରଖେ। ୫ବର୍ଷ ଅପେକ୍ଷା ପ୍ରତି ମାସରେ ନିର୍ବାଚନ ହେଲେ ଦର ବୃଦ୍ଧିକୁ ରୋକାଯାଇପାରିବ।

ଆଜି ସୁପ୍ରିୟା ଲୋକସଭାରେ କହିଛନ୍ତି ଯେ, କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ ହେବ। ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ବୃଦ୍ଧି ନହେବା ପାଇଁ ପ୍ରତି ମାସରେ ନିର୍ବାଚନ ହେଉ। ସମ୍ପ୍ରତି ଇନ୍ଧନ ବୃଦ୍ଧି ଏବଂ ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଁ ଲୋକସଭାରେ ବିରୋଧୀ ଦଳ କ୍ଷମତାରେ ଥିବା ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ଏନସିପି ଏବଂ ବାମପନ୍ଥୀମାନେ ସ୍ଲୋଗାନ ଦେବା ସହ ଇନ୍ଧନ ମୂଲ୍ୟ ଦର କମ କରିବାର ଦାବି କରି ଗୃହ ବର୍ଜନ କରିଥିଲେ।

ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟରେ ବୃଦ୍ଧି ସମ୍ପର୍କରେ ଆରଜେଡି ନେତା ମନୋଜ ଝା କହିଥିଲେ ଯେ, ସରକାର ଦାବି କରିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିୟନ୍ତ୍ରଣରେ ନାହିଁ, ତେବେ ନିର୍ବାଚନ ଚାଲିଥିବା ବେଳେ ଏହାକୁ କିପରି ନିୟନ୍ତ୍ରଣ କରାଯାଇଥିଲା। ମିଛ କହିବାର ଏକ ସୀମା ଥାଏ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ପେଟ୍ରୋଲ-ଡିଜେଲ ଓ ଏଲପିଜିର ମୂଲ୍ୟ ବୃଦ୍ଧି ପାଇଥିଲା। ଦେଶରେ ପେଟ୍ରୋଲ-ଡିଜେଲ ଦର ୮୦ପଇସା ବଢ଼ିଥିବା ବେଳେ ଏଲପିଜି ଦର ୫୦ ଟଙ୍କା ବୃଦ୍ଧି ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe