Image Courtesy of TOI
ଲକ୍ଷ୍ନୌ: ଭାରତୀୟ ଜାତୀୟ ପତାକା କୋଡ୍, ୨୦୦୨କୁ ଉଲ୍ଲଂଘନ କରୁଥିବାରୁ ତ୍ରିରଙ୍ଗ କୌଣସି ବେସରକାରୀ ବ୍ୟକ୍ତିଙ୍କ ଶବରେ ଆବୃତ କରାଯାଇ ପାରିବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର କହିଛନ୍ତି। କାସଗଞ୍ଜ ସାମ୍ପ୍ରଦାୟିକ ହିଂସାରେ ପୀଡ଼ିତ ଚନ୍ଦନ ଗୁପ୍ତଙ୍କ ଶବ ତ୍ରିରଙ୍ଗରେ ଆବୃତ ହୋଇଥିବା କେତୋଟି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାର ୧୫ ଦିନ ପରେ ସରକାର ଏ ଭଳି ଘୋଷାଣ କରିଛନ୍ତି।
ରାଜ୍ୟ/ସାମରିକ/କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସଙ୍କ ସତ୍କାର ଛଡ଼ା ଅନ୍ୟ କୌଣସି ମତେ ପତାକାକୁ ଆବରଣ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ। ସାଧାରଣ ବ୍ୟକ୍ତିଙ୍କ ଶବ ସତ୍କାର ସହ ଏ ଭଳି ଅନ୍ୟ କୌଣସି କାର୍ଯ୍ୟରେ ପତାକାକୁ ଆବୃତ କରି ହେବନାହିଁ। ଏ କଥା ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆର ସେକ୍ସନ୍ ୫ରେ ଉଲ୍ଲେଖ ରହିଛି।
ବିଧାନ ପରିଷଦରେ ଦାଖଲ କରିଥିବା ଏକ ଲିଖିତ ବିବରଣୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅନ୍ୟ କୌଣସି ଅନୁଷ୍ଠାନର ପତାକା ଜାତୀୟ ପତାକା ଠାରୁ ଊର୍ଦ୍ଧ୍ୱରେ ଉଡ଼ିବ ନାହିଁ।
ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଲୋକେ ଜନରାଜ୍ୟ ଦିବସ ଦିନ ତ୍ରିରଙ୍ଗା ଯାତ୍ରା ସମୟରେ ଗୈରିକ ପତାକା ସହ ତ୍ରିରଙ୍ଗ ପତାକା ଧାରଣ କରିଥିବାବେଳେ ହିଂସାକାଣ୍ଡ ଉପୁଜିଥିଲା।
ସମାଜବାଦୀ ପାର୍ଟି ବିଧାୟକ ଶଶାଙ୍କ ଯାଦବଙ୍କ ପ୍ରଶ୍ନର ଉତ୍ତରରେ ଯୋଗୀ ଉତ୍ତର ଦାଖଲ କରିଛନ୍ତି। ମଙ୍ଗଳବାର ଦିନ ଯାଦବ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ଏବଂ ମିଥ୍ୟା ଏନ୍କାଉଣ୍ଟର୍ ଯୋଗୁଁ ହଟ୍ଟଗୋଳ ଚାଲିଥିବାରୁ ଏ ପ୍ରସଙ୍ଗ ଆଲୋଚିତ ହୋଇ ପାରି ନ ଥିଲା।
Follow Us