ମୋଦୀ-ଜିନ୍‌ପିଙ୍ଗ୍‌ ହିଁ ଭାରତ-ଚୀନ୍‌ ସମସ୍ୟାର ସମାଧାନ କରିବେ: ପୁଟିନ୍‌

ମୋଦୀ-ଜିନ୍‌ପିଙ୍ଗ୍‌ ହିଁ ଭାରତ-ଚୀନ୍‌ ସମସ୍ୟାର ସମାଧାନ କରିବେ: ପୁଟିନ୍‌

Image Courtesy of India Today

ପିଟ୍‌ସବର୍ଗ(ରୁଷିଆ): ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାଇ ଜିନପିଙ୍ଗ୍‌ ହେଉଛନ୍ତି ଦାୟିତ୍ବସଂପନ୍ନ ରାଷ୍ଟ୍ରନେତା। ସେମାନେ ହିଁ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଯାବତୀୟ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ କୌଣସି ବାହ୍ୟ ଆଞ୍ଚଳିକ ଶକ୍ତିର ହସ୍ତକ୍ଷେପ ଲୋଡ଼ା ନାହିଁ ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ ଶନିବାର କହିଛନ୍ତି। ସୂଚନାଯୋଗ୍ୟ, ଭାରତ, ଆମେରିକା , ଜାପାନ ଓ ଅଷ୍ଟ୍ରେଲିଆ ଦ୍ବାରା ଚତୁଃରାଷ୍ଟ୍ରୀୟ ଶକ୍ତି(କ୍ବାଡ୍‌) ଗଠନ ରୁଷିଆ ପାଇଁ ଖୋଲାଖୋଲି ଭାବେ ସଂକଟମୟ ହୋଇଥିବା ବେଳେ ପୁଟିନ୍‌ଙ୍କର ଏଭଳି ଟିପ୍ପଣୀ ଗୁରୁତ୍ବ ବହନ କରୁଛି। ସେହିପରି ପୁଟିନ୍‌ ଆହୁରି ମଧ୍ୟ କହିଛନ୍ତି ଯେ କେଉଁ ଦେଶ କାହା ସହ କେତେ ସମ୍ପର୍କ ସ୍ଥାପନ କରିବ ତାହା ଆକଳନ କରିବା ତାହା ଯଦିଓ ଜାଣିବା ମସ୍କୋ ପାଇଁ ଅପ୍ରାସଙ୍ଗିକ, ତେବେ କାହାର ବିରୁଦ୍ଧାଚରଣ ପାଇଁ କେହି ଅନ୍ୟ ସହ ବନ୍ଧୁତା ସ୍ଥାପନ କରିବା ସମୀଚୀନ ନୁହେଁ।

ବିଶେଷ କରି ଭାରତ-ପ୍ରଶାନ୍ତମହାସାଗରୀୟ କ୍ଷେତ୍ରରେ ଚୀନ୍‌ର ପ୍ରାଦୁର୍ଭାବକୁ କମାଇବା ଉଦ୍ଦେଶ୍ୟରେ କ୍ବାଡ୍‌ ବଦ୍ଧପରିକର ବୋଲି ଚର୍ଚ୍ଚା ହେଉଥିବା ପରିପ୍ରେକ୍ଷୀରେ ପୁଟିନ୍‌ଙ୍କ ଏହି ବାର୍ତ୍ତା ପରୋକ୍ଷରେ ଚୀନ୍‌କୁ ସୁହାଇଲା ପରି ହୋଇଛି। ତେବେ ଭାରତ ସହିତ ରୁଷିଆର ଭାଗୀଦାରି ଏବଂ ବେଜିଂ ଓ ମସ୍କୋ ଭିତରେ ଜାରି ରହିଥିବା ସମ୍ପର୍କରେ କୌଣସି ଅନ୍ତଃବିରୋଧ ନାହିଁ ବୋଲି ପୁଟିନ୍‌ ସଫେଇ ଦେଇଛନ୍ତି। ଭାରତ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ସମ୍ପର୍କରେ ଆହୁରି ଦ୍ରୁତ ଉନ୍ନତି ଘଟି ଚାଲିଛି ଏବଂ ପାରସ୍ପରିକ ଭରସାକୁ ଭିତ୍ତି କରି ତାହା ସଫଳ ହୋଇଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe