ରହିଯାଇଛନ୍ତି ମାତ୍ର ଜଣେ ପାକିସ୍ତାନୀ; ଏପ୍ରିଲ ୩୦ଶୁଦ୍ଧା ପଠାଇବାର କରାଯାଉଛି ବ୍ୟବସ୍ଥା

ସୀମାଙ୍କ ଓକିଲ ଏପି ସିଂହ କହିଛନ୍ତି, ‘ସୀମା ହାଇଦରଙ୍କ ନାଗରିକତା ସମ୍ପର୍କିତ କାଗଜପତ୍ର ଭାରତ ସରକାର ଏବଂ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଅଛି। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

et

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ରହୁଥିବା ସୀମା ହାଇଦର କେନ୍ଦ୍ର ସରକାର ଦ୍ବାରା ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ପରେ ଚର୍ଚ୍ଚାକୁ ଆସିଛନ୍ତି। 

ଉତ୍ତରପ୍ରଦେଶର ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, ‘ଦେଶରେ ୭୫ଟି ଜିଲ୍ଲାରେ ପାକିସ୍ତାନ ନାଗରିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାକିସ୍ତାନ ପଠାଇବାକୁ ବ୍ୟବସ୍ଥା କରାଯାଉଛି। ଏପର୍ଯ୍ୟନ୍ତ ଶତପ୍ରତିଶତ ପାକିସ୍ତାନ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି। କେବଳ ଜଣେ ପାକିସ୍ତାନୀ ରହି ଯାଇଛନ୍ତି । ଯାହାଙ୍କୁ ଏପ୍ରିଲ ୩୦ ତାରିଖରେ ପାକିସ୍ତାନ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।

ଏହି କ୍ରମରେ ନିଜର ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦରଙ୍କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଜାରି ରହିଛି।

ପ୍ରଶ୍ନ ଉଠୁଛି ଯେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ତାଙ୍କ ଦେଶକୁ ଫେରାଇ ଦିଆଯିବ କି? ଏଭଳି ପ୍ରସଙ୍ଗ ଉପରେ ସୀମାଙ୍କ ଓକିଲ ଏପି ସିଂହ କହିଛନ୍ତି, ‘ସୀମା ହାଇଦରଙ୍କ ନାଗରିକତା ସମ୍ପର୍କିତ କାଗଜପତ୍ର ଭାରତ ସରକାର ଏବଂ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଅଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ଏପର୍ଯ୍ୟନ୍ତ ସୀମା ହାଇଦରଙ୍କୁ ଏପ୍ରିଲ ୩୦ ସୁଦ୍ଧା ଭାରତ ଛାଡିବାକୁ କୌଣସି ପ୍ରକାର ନୋଟିସ ଦିଆଯାଇ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe