ମୋ ପାଖରେ ଥିବା ସୁଶାନ୍ତଙ୍କ ସମ୍ପତ୍ତି ହେଉଛି ଗୋଟାଏ କୃତଜ୍ଞତା ନୋଟ୍‌ ଆଉ ଗୋଟାଏ ପାଣି ବ‌ୋତଲ: ରିୟା ଚକ୍ରବର୍ତ୍ତୀ

Advertisment
ମୋ ପାଖରେ ଥିବା ସୁଶାନ୍ତଙ୍କ ସମ୍ପତ୍ତି ହେଉଛି ଗୋଟାଏ କୃତଜ୍ଞତା ନୋଟ୍‌ ଆଉ ଗୋଟାଏ ପାଣି ବ‌ୋତଲ: ରିୟା ଚକ୍ରବର୍ତ୍ତୀ

Image Courtesy of Livemint

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା ଆଣିଥିବା ଆର୍ଥିକ ଅଭିଯୋଗ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚୁରା କରିବାର ଦିନକ ପରେ ସେ କହିଛନ୍ତି ଯେ, ମୋ ପାଖରେ ଥିବା ସୁଶାନ୍ତଙ୍କର ସମ୍ପତ୍ତି ହେଉଛି, ଗୋଟାଏ କୃତଜ୍ଞତା ନୋଟ୍‌ ଏବଂ ଗୋଟାଏ ପାଣି ବୋତଲ। ସୁଶାନ୍ତଙ୍କର ଏହି ଦୁଇଟି ଜିନିଷ ମୋ ପାଖରେ ଅଛି।

publive-image Image Courtesy of HT

ଚକ୍ରବର୍ତ୍ତୀ ରିଲିଜ୍ କରିଥିବା ସେ ନୋଟ୍‌ରେ ଉଲ୍ଲେଖ ଅଛି, ମୋ ଜୀବନ ପାଇଁ ମୁଁ ଧନ୍ୟ, ମୋ ଜୀବନରେ ଲିଲୁ ଆସିଥିବାରୁ ମୁଁ ଧନ୍ୟ। ମୋ ଜୀବନରେ ବେବୁ ଆସିଥିବାରୁ ମୁଁ ଧନ୍ୟ। ମୋ ଜୀବନରେ ସାର୍‌ ଆସିଥିବାରୁ ମୁଁ ଧନ୍ୟ। ମୋ ଜୀବନରେ ମାଡାମ୍ ଆସିଥିବାରୁ ଧନ୍ୟ। ମୋ ଜୀବନରେ ଫ୍ୟୁଜ୍ ଆସିଥିବାରୁ ମୁଁ ଧନ୍ୟ। ମୋ ଜୀବନରେ ଆସି ଥିବା ସମସ୍ତ ପ୍ରେମ ଲାଗି ମୁଁ ଧନ୍ୟ।

ସୁଶାନ୍ତଙ୍କ ନୋଟ୍‌ରେ ଥିବା ନାମଗୁଡ଼ିକୁ ବୁଝାଇ ଦେବାକୁ ଯାଇ ଚକ୍ରବର୍ତ୍ତୀ କହିଛନ୍ତି, ଏ ହେଉଛି ତାଙ୍କ ହସ୍ତାକ୍ଷର, ଲିଲୁ ହେଉଛି ସୌୱିକ୍, ବେବୁ ହେଉଛି ମୁଁ, ସାର୍‌ ହେଉଛନ୍ତି ମୋ ବାପା, ମାଡାମ୍‌ ହେଉଛନ୍ତି ମୋ ମାଆ। ଫୁଜ୍ ହେଉଛି ତାଙ୍କ କୁକୁର।

କିନ୍ତୁ, ଏ ନୋଟ୍‌ କେବେ ଲେଖାଯାଇଥିଲା ଓ କେବେ ରିୟା ପାଇଲେ ତାହା ସ୍ପଷ୍ଟ ହୋଇନାହିଁ। ପାଣି ବୋତଲର ଫଟୋ ପୋଷ୍ଟ୍‌ କରି ସେ ଲେଖିଛନ୍ତି, ଏହା ହେଉଛି ତାଙ୍କ ପାଖରେ ଥିବା ସୁଶାନ୍ତଙ୍କର ଏକମାତ୍ର ସମ୍ପତ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe