କେବଳ କେନ୍ଦ୍ର ସରକାର ସଂଗ୍ରହ କରିବେ କୋଭିଡ୍‌ ଟିକା

କେବଳ କେନ୍ଦ୍ର ସରକାର ସଂଗ୍ରହ କରିବେ କୋଭିଡ୍‌ ଟିକା

The Logical Indian

ନୂଆଦିଲ୍ଲୀ: କୌଣସି କୋଭିଡ୍‌ ଟିକାର ବଜାର ପ୍ରବେଶ ପରେ ତାହାର ସଂଗ୍ରହ ଓ ବିତରଣକୁ ଦେଶରେ ସହଜ ଓ ସୁଗମ କରିବା ଲାଗି ବୁଧବାର ଏକ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଟିକାକୁ କେବଳ କେନ୍ଦ୍ର ସରକାରଙ୍କ ଦ୍ବାରା ସଂଗ୍ରହ କରାଯିବାକୁ ନିଷ୍ପତ୍ତି ହୋଇଛି। ନୀତି ଆୟୋଗର ଡା. ଭି କେ ପାଲ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟମାନେ ନିଜସ୍ବ ବାଟରେ ଏ ପ୍ରକାର ଟିକା ସଂଗ୍ରହ ନ କରିବାକୁ ପରାମର୍ଶ ଦିଆଯାଇଛି। ଦେଶର ପ୍ରତି କୋଣ ଅନୁକୋଣରେ ଏହାର ଯୋଗାଣ ପରିଚାଳନା ପାଇଁ ଏକ ଡିଜିଟାଲ୍‌ ଭିତ୍ତିଭୂମିର ଗଠନ ଓ କାର୍ଯ୍ୟାନ୍ବୟନ କରିବାକୁ ମଧ୍ୟ ଆଲୋଚନା ହୋଇଛି। ସେହିପରି ଆମ ଦେଶ ପାଇଁ ଏକ ସମ୍ଭାବ୍ୟ ପ୍ରଯୁଜ୍ୟ ଟିକାର ଚୟନ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି।

ବିଶେଷ କରି କେଉଁ ଅଞ୍ଚଳରେ ପ୍ରଥମେ ଟିକାର ବ୍ୟବହାର କରାଯିବ, ସେ ସଂକ୍ରାନ୍ତ ବିଭିନ୍ନ ରୂପରେଖ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ତେବେ କୌଣସି ଟିକା ଦେଶ ଭିତରେ କି ବିଦେଶରେ ପ୍ରସ୍ତୁତ ହୋଇଥାଉ, ତାହାକୁ କେନ୍ଦ୍ର ସରକାର ହିଁ ସଂଗ୍ରହ କରିବେ ବୋଲି ଦୃଢ଼ ନିଶ୍ଚିତ କରିଛନ୍ତି। ପରେ ତାହାକୁ ଉପଲବ୍‌ଧ ଭିତ୍ତିଭୂମି ଜରିଆରେ ବିଭିନ୍ନ ରାଜ୍ୟକୁ ଯୋଗାଇଦେବାର ବ୍ୟବସ୍ଥା କରାଯିବ। ତେବେ ଏଥିପାଇଁ ସଂପୃକ୍ତ ଟିକାର ନିରାପତ୍ତା ପ୍ରତି କିଭଳି ପର୍ଯ୍ୟାପ୍ତ ଦୃଷ୍ଟି ଦିଆଯିବ ଏବଂ ଏଥିପାଇଁ ଆବଶ୍ୟକ ଅର୍ଥଲଗାଣ ବିଷୟରେ ମଧ୍ୟ ବିକଳ୍ପ ପ୍ରସ୍ତାବମାନ ଆଲୋଚିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe