ଆଜି କେରଳ ଆକାଶରେ ପ୍ରବେଶ କଲା ମୌସୁମୀ ବାୟୁ

ଆଜି କେରଳ ଆକାଶରେ ପ୍ରବେଶ କଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଆଜି କେରଳ ଆକାଶରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

ଭାରତୀୟ ପାଣିପାଗ ବିଭାଗସୂତ୍ରରୁ ଜଣାପଡ଼ିଛି ଯେ, ଆଜି ସକାଳେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର, ଲକ୍ଷାଦ୍ବୀପ ଅଞ୍ଚଳ, କେରଳର ଅଧିକାଂଶ ଅଞ୍ଚଳ, ଦକ୍ଷିଣ ତାମିଲନାଡୁର କେତେକ ଅଞ୍ଚଳ, ମାନ୍ନାର ଉପସାଗରର କିଛି ଅଞ୍ଚଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳରେ ପ୍ରବେଶ କରିଛି।

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ୍‌ ୧ ତାରିଖ ଦିନ କେରଳ ଆକାଶରେ ପ୍ରବେଶ କରିଥାଏ। କିନ୍ତୁ, ଚଳିତ ବର୍ଷ ମୌସୁମୀ ବାୟୁର ଆଗମନ ସ୍ବାଭାବିକ ଦିନଠାରୁ ୩ ଦିନ ଆଗୁଆ ରହିଛି।

publive-image

ପରିସ୍ଥିତି ଅନୁକୂଳ ରହିଲେ ଆଗାମୀ ୩/୪ ଦିନ ଭିତରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ, କେରଳର ବାକି ଅଞ୍ଚଳ, ତାମିଲନାଡୁର ଆଉ କେତେକ ଅଞ୍ଚଳ, କର୍ଣ୍ଣାଟକର କେତେକ ପ୍ରାନ୍ତ, ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପ ସାଗରର ଆଉ ଅଧିକ କିଛି ଅଞ୍ଚଳ, ଉତ୍ତରପୂର୍ବ ବଙ୍ଗୋବ ସାଗରର କିଛି ଅଧିକ ଅଞ୍ଚଳ ଏବଂ ଉତ୍ତରପୂର୍ବ ରାଜ୍ୟମାନଙ୍କରେ ପ୍ରବେଶ କରିବ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଭାରତରେ ମୌସୁମୀ ବାୟୁ ପ୍ରବାହଜନିତ ହାରାହାରି ବର୍ଷା ହେବ ବୋଲି ଗତ ମାସରେ ଭାରତୀୟ ପାଣିପାଗ ବିଭାଗ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe