ନୂଆଦିଲ୍ଲୀ : ସୋମବାରଦିନ ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାବେଳେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲ ସହିଦ ହୋଇଥିଲେ। ଦିଲ୍ଲୀ ପୁଲିସରେ ଥିବା ତାଙ୍କ ବନ୍ଧୁମାନେ ମଧ୍ୟ ଏଥିପାଇଁ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହ କାମ କରୁଥିବା ଯବାନମାନେ ରତନ ଲାଲଙ୍କ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଭଳି ନିଶ ରଖିବା ସହିତ ତାଙ୍କ ଭଳି ବେଶଭୂଷା ଧାରଣ କରିବାର ସଉକ ଥିଲା ବୋଲି କହିଛନ୍ତି।
ରାଜସ୍ଥାନର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ୩ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଥିଲେ। ନିଜ ପତ୍ନୀ ଏବଂ ୩ପିଲାଙ୍କ ସହ ସେ ନର୍ଥ ଦିଲ୍ଲୀର ବୁରାଡ଼ୀରେ ରହୁଥିଲେ। ୧୯୯୮ମସିହାରେ ରତନ ଲାଲ ଦିଲ୍ଲୀ ପୁଲିସରେ ଭର୍ତ୍ତି ହୋଇଥିଲେ। ସେ ହେଡ କନେଷ୍ଟବଲ୍ ପଦରେ ଗୋକୁଲପୁରୀରେ ନିଯୁକ୍ତ ଥିଲେ। ଗତ ବର୍ଷ ଫେବ୍ରୁଆରି ୨୭ତାରିଖରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଚଳାଉଥିବା ମିଗ୍-୨୧ ପାକିସ୍ତାନ ଏୟାରଫୋର୍ସର ଏଫ-୧୬ ଜେଟକୁ ମାରି ଖସାଇ ଦେଇଥିଲା। ଅଭିନନ୍ଦନଙ୍କ ଏଭଳି କାମରେ ଖୁସି ହୋଇ ରତନ ଲାଲ ପୂରାପୂରି ଅଭିନନ୍ଦନଙ୍କ ଭଳି ନିଶ ରଖିଥିଲେ। ସେ ତାଙ୍କ ନିଶ ପାଇଁ ଦିଲ୍ଲୀ ପୁଲିସରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ଏପରିକି ରତନ ଲାଲ ପିଲାମାନଙ୍କୁ ଅଭିନନ୍ଦନଙ୍କ ପରି ହେବାକୁ ପରାମର୍ଶ ଦେଉଥିଲେ।
aajtakଉଲ୍ଲେଖଯୋଗ୍ୟ, ଗତ କାଲି ଦିଲ୍ଲୀର ଦୟାଲଗଞ୍ଜ ଇଲାକାରେ ହିଂସା ହେବା ସମୟରେ ୪୨ ବର୍ଷୀୟ ଏହି ପୁଲିସ କର୍ମଚାରୀ ସେଠାରେ ମୁତୟନ ଥିଲେ । ଦଙ୍ଗା ଅଟକାଇବା ବେଳେ ତାଙ୍କୁ ଗୁଳି ମରାଯାଇଥିଲା। ଗୁଳି ତାଙ୍କ ବାମପଟ କାନ୍ଧରେ ପ୍ରବେଶ କରି ଡାହାଣପଟ ଛାତି ପର୍ଯ୍ୟନ୍ତ ଯାଇଥିଲା । ଶବ ବ୍ୟବଚ୍ଛେଦ ବେଳେ ଡାହାଣପଟ କାନ୍ଧ ନିକଟରୁ ଏହି ଗୁଳି ବାହାରିଛି । ଅନ୍ୟପକ୍ଷରେ ଏହି ହିଂସାରେ ଏପର୍ଯ୍ୟନ୍ତ ମୋଟ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
Follow Us