କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ଗଡ଼ସେ ଦେଶର ସୁପୁତ୍ର, ଅନୁପ୍ରବେଶକାରୀ ନୁହେଁ

Advertisment
ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ନୂଆଦିଲ୍ଲୀ : ବିଜେପି ନେତା ତଥା କେନ୍ଦ୍ର ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହ ଛତିଶଗଡ଼ରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ଦେଶର ସୁପୁତ୍ର ବୋଲି କହିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ମୋଗଲ ଶାସକ ବାବର ଓ ଔରଙ୍ଗଜେବ ଭଳି ଆକ୍ରମଣକାରୀ ନଥିଲା। ସେ ଭାରତରେ ଜନ୍ମ ଗ୍ରହଣ କରିଥିଲା। ‘ଯଦି ଗଡ଼ସେ ଗାନ୍ଧୀଙ୍କ ହତ୍ୟାକାରୀ, ତେବେ ସେ ଭାରତର ସୁପ୍ରୁତ୍ର ମଧ୍ୟ। ଯେଉଁମାନେ ଏବେ ବାବରଙ୍କ ସନ୍ତାନ କହି ନିଜକୁ ଗର୍ବ ଅନୁଭବ କରୁଛନ୍ତି ସେମାନେ କେବେ ବି ଭାରତ ମାତାର ସୁପୁତ୍ର ହୋଇପାରିବେ ନାହିଁ’।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର କେତେକ ଅଂଚଳରେ ଏବେ ଅଚାନକ ‘ଔରଙ୍ଗଜେବଙ୍କ ସନ୍ତାନ’ ବୋଲି କହି କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ସଂଘର୍ଷ ଓ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଗିରିରାଜ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗିରିରାଜଙ୍କ ବୟାନକୁ ରାଜ୍ୟସଭା ସାଂସଦ କପିଲ ସିବଲ କଡ଼ା ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହାର ନିନ୍ଦା କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe