ଗଣତାନ୍ତ୍ରିକ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ, ୬୫ ଲକ୍ଷରେ ୨ଟି ପଞ୍ଚାୟତ ଆସନ ନିଲାମ

Advertisment

ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ: ଜିଲ୍ଲାପାଳ

ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ: ଜିଲ୍ଲାପାଳ

ଗଣତାନ୍ତ୍ରିକ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ, ୬୫ ଲକ୍ଷରେ ୨ଟି ପଞ୍ଚାୟତ ଆସନ ନିଲାମ

ଚେନ୍ନାଇ: ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ନିର୍ବାଚନୀ ନୀତିର ଖୋଲା ଉଲ୍ଲଂଘନ କରି ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲା ଅଧୀନସ୍ଥ ଏକ ପଞ୍ଚାୟତରେ ୨ଟି ଆସନ ନିଲାମ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଡ୍ଡାଲୋର୍‌ ଜିଲ୍ଲାର ପନ୍‌ରୁତି ନିକଟସ୍ଥ ନଦୁକୁପ୍ପମ୍‌ ପଞ୍ଚାୟତ ଏହାର ପୂର୍ବତନ ସଭାପତି ତଥା ଏଆଇଏଡିଏମ୍‌କେ ନେତା ଆର ଶକ୍ତିଭେଲ୍‌ଙ୍କୁ ୫୦ ଲକ୍ଷ ଟଙ୍କା ବଦଳରେ ପୁଣିଥରେ ଆଉ ଏକ କାର୍ଯ୍ୟକାଳ ପ୍ରଦାନ କରିଛି। ଏହା ସହିତ ଡିଏମ୍‌ଡିକେ କାର୍ଯ୍ୟକର୍ତ୍ତା ଏ ମୁରୁଗାଓଁଙ୍କୁ ୧୫ ଲକ୍ଷ ଟଙ୍କା ବିନିମୟରେ ଉପସଭାପତି ଭାବେ ନିର୍ବାଚିତ କରାଯାଇଛି। ଏନେଇ ପଞ୍ଚାୟତ ଦ୍ବାରା ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ହ୍ବାଟ୍ସଆପ୍‌ରେ ଜାରି ହୋଇଥିବା ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଗ୍ରାମର ଜଣେ ବ୍ୟକ୍ତି ଏ ସଂକ୍ରାନ୍ତ ପଂଚାୟତ ପ୍ରସ୍ତାବ ପଢ଼ୁଛନ୍ତି । ନଦୁକୁପ୍ପମ ପଞ୍ଚାୟତର ସଭାପତି ଏବଂ ଉପସଭାପତି ପଦ ପାଇଁ ଶକ୍ତିଭେଲ ଏବଂ ମୁରୁଗାଓଁଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି। ଶକ୍ତିଭେଲ୍‌ ଏବଂ ମୁରୁଗାଓଁଙ୍କଠାରୁ ଯେଉଁ ଟଙ୍କା ସଂଗ୍ରହ ହେବ ତାହା ଗ୍ରାମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟବହାର କର‌ାଯିବ। ଏହି ଦୁଇ ଜଣ କାର୍ଯ୍ୟକର୍ତ୍ତା ଡି‌ସେମ୍ବର ୧୫ ପୂର୍ବରୁ ପଂଚାୟତ ପାଣ୍ଠିରେ ଟଙ୍କା ଜମା କରିବେ। ‌ ଦୁଇ ନେତା ଯଦି ସମୟ ମଧ୍ୟରେ ଟଙ୍କା ପୈଠ କରନ୍ତି ତେବେ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ କରିବେ ନାହିଁ ବୋଲି ଗ୍ରାମର ବରିଷ୍ଠ ନେତାମାନେ କହିଛନ୍ତି। ତେବେ ଗ୍ରାମବାସୀଙ୍କ ନିଷ୍ପତ୍ତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କୁଡ୍ଡାଲୋର ଜିଲ୍ଲାପାଳ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦେଇଛନ୍ତି।

ପୂର୍ବତନ ଡିଏମ୍‌କେ କାଉନ୍‌ସିଲର ଏବଂ ଶକ୍ତିଭେଲ୍‌ଙ୍କ ଭାଇ ଆର ଆଦିକେଶବନ କହିଛନ୍ତି, ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ଟଙ୍କା ପାଇଁ ପଞ୍ଚାୟତ ଆସନକୁ ନିଲାମ କରିଛନ୍ତି। ଆସନ୍ତା ବୁଧବାର ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ତାଙ୍କୁ ବଦନାମ କରିବାପାଇଁ ଭୁଲ୍‌ ଖବର ପ୍ରଚାର କରାଯାଉଥିବାରୁ ସେ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe