ଅପରେସନ୍‌ ଅଜୟ: ଦିଲ୍ଲୀରେ ଅବତରଣ କଲା ୨୧୨ ଭାରତୀୟଙ୍କୁ ଇସ୍ରାଏଲ୍‌ରୁ ଆଣିଥିବା ପ୍ରଥମ ବିମାନ

Advertisment
ଅପରେସନ୍‌ ଅଜୟ: ଦିଲ୍ଲୀରେ ଅବତରଣ କଲା ୨୧୨ ଭାରତୀୟଙ୍କୁ ଇସ୍ରାଏଲ୍‌ରୁ ଆଣିଥିବା ପ୍ରଥମ ବିମାନ

Image Courtesy of India Today

ନୂଆଦିଲ୍ଲୀ: ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ୨୧୨ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ଚାର୍ଟର୍‌ ବିମାନ ଆଜି ପ୍ରତ୍ୟୁଷରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା କଥା ନିଉଜ୍‌ ଏଜେନ୍‌ସି  ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ବିମାନ ବନ୍ଦରରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇସ୍ରାଏଲ୍‌ରୁ ଆସିଥିବା ଭାରତୀୟମାନଙ୍କୁ ସ୍ବାଗତ ଜଣାଇଥିଲେ। ଗୁରୁବାର ସନ୍ଧ୍ୟା ବେଳେ ତେଲ୍‌ ଆଭିଭ୍‌ସ୍ଥିତ ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନରେ ୨୧୧ଜଣ ପ୍ରାପ୍ତ ବୟସ୍କ ଭାରତୀୟ ଓ ଗୋଟିଏ କଅଁଳାପିଲା ଥିଲେ।

publive-image Image Courtesy of India Today

ଇସ୍ରାଏଲ୍‌ରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ନାଗରିକମାନଙ୍କ ମଧ୍ୟରୁ ଜଣେ ଏଥିପାଇଁ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ଅବସ୍ଥାରେ ପଡ଼ିଲୁ। ଆମକୁ ଫେରାଇ ଆଣିଥିବାରୁ ଆମେ ଭାରତ ସରକାର, ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞ। ଯଥାଶୀଘ୍ର ସେଠାକାର ପରିସ୍ଥିତି ଶାନ୍ତ ହେଲେ ଆମେ ପୁଣି ଯାଇ କାମରେ ଯୋଗ ଦେବୁ ବୋଲି ଆଶା କରୁଛୁ।

କଅଁଳାପିଲାକୁ ଧରିଥିବା ଜଣେ ମହିଳାଯାତ୍ରୀ କହିଛନ୍ତି, ପ୍ରଥମ ଦିନ ଆମେ ଶୋଇଥିବା ବେଳେ ସକାଳ ପ୍ରାୟ ୬.୩୦ରେ ‘ସାଇରନ୍‌’ ବାଜିଥିଲା। ଆମେ ଆଶ୍ରୟସ୍ଥଳ ଆଡ଼କୁ ଧାଇଁ ଗଲୁ। ସେଠାକୁ ଯିବା ଥିଲା ବଡ଼ କଠିନ ବ୍ୟାପାର, କିନ୍ତୁ କ‌ୌଣସି ମତେ ଆମେ ପହଞ୍ଚିଗଲୁ। ଏବେ ଆମେ ଆଶ୍ବସ୍ତ ଓ ଭାରତ ସରକାରଙ୍କ ପ୍ରତି କୃତଜ୍ଞ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe