Image Courtesy of NDTV
ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗିଥିବା ବେଳେ ଇସ୍ରାଏଲ୍ରେ ଆତଙ୍କିତ ଅବସ୍ଥାରେ ଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ ହୋଇଥିବା ‘ଅପରେସନ୍ ଅଜୟ’ରେ ଆଜି ରାତିରେ ତେଲ୍ ଆଭିଭ୍ ଅନ୍ତର୍ଗତ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ପ୍ରଥମ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ସ୍ବଦେଶ ଫେରିଯିବାକୁ ଭାରତୀୟ ଦୂତାବାସରେ ନାମ ପଞ୍ଜିକରଣ କରିଥିବା ଭାରତୀୟମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇସ୍ରାଏଲୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ।
Image Courtesy of Xଏ ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନେ ଇ-ମେଲ୍ ପାଇଛନ୍ତି। ସେଥିରେ ସୂଚନା ଦିଆଯାଇଛି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତେଲ୍ ଅଭିଭ୍ରୁ ଦିଲ୍ଲୀକୁ ଏକ ଚାର୍ଟଡ୍ ବିମାନ ଚଳାଇବ। ଆଜି ରାତି ୯ଟା ବେଳେ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିବେ।
ଗୋଟାଏ ‘ଗୁଗଲ୍‘ ଫର୍ମ ପୂରଣ କଲେ ଯାଇ ସୁନିଶ୍ଚିତ ମେସେଜ୍ ପାଇବେ ବୋଲି ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଖକୁ ଆସିଥିବା ମେଲ୍ରେ ଉଲ୍ଲେଖ ଅଛି। ସେଥିରେ ଲେଖାଅଛି ଯେ, ୨୩ କିଲୋରୁ ଅଧିକ ହୋଇ ନ ଥିବା କେବଳ ଗୋଟିଏ ଲଗେଜ୍ ଓ ଗୋଟିଏ କ୍ୟାବିନ୍ ଲଗେଜ୍ ନେବା ପାଇଁ ଚେକ୍-ଇନ୍ରେ ଅନୁମତି ମିଳିବ।
Follow Us