ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ 'ଅଜୟ'

Advertisment
ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ 'ଅଜୟ'

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହାମାସର ଆକ୍ରମଣ ପରେ ଆଜିକୁ ମିଶାଇ ପଞ୍ଚମ ଦିନ ଧରି ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ପାଲେଷ୍ଟାଇନକୁ ମୁହଁତୋଡ ଜବାବ ଦେଇଥିବାବେଳେ ଘନ ଘନ ରକେଟ ମାଡ କରୁଛି | ଏହାରି ଭିତରେ ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି |

ସୋସିଆଲ ମିଡିଆ ଏକ୍ସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଲେଖିଛନ୍ତି ଯେ ଇସ୍ରାଏଲରୁ ଭାରତ ଆସିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି। ସେମାନଙ୍କୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର ଚାର୍ଟର୍ ଫ୍ଲାଇଟ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି |

ବିଦେଶରେ ରହୁଥିବା ଆମ ନାଗରିକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଉଲ୍ଲେଖ ଥାଉ କି ଯେ ଇସ୍ରାଏଲରେ କୋଡିଏ ହଜାରରୁ ଅଧିକ ଭାରତୀୟ ଅଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଆଇଟି ପ୍ରଫେସନାଲ ଏବଂ ଛାତ୍ର ଥିବାବେଳେ ଇସ୍ରାଏଲରେ ପ୍ରାୟ ୮୫୦୦୦ ଭାରତୀୟ ମୂଳ ଇହୁଦୀ ଅଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe